ବଣାଇ: ବାଘକୁ ବିଷ ଦେଇ ମାରିବା ଅଭିଯୋଗ ଜଣେ ଗିରଫ ହୋଇଛନ୍ତି । ବଳଦ ମାଲିକଙ୍କୁ ତାମରା ରେଞ୍ଜ ବନବିଭାଗ ଗିରଫ କରିଛି ।
ଗତ କିଛି ଦିନ ତଳେ, ତାମରା ରେଞ୍ଜ କୁସୁମଡିହି ସଂରକ୍ଷିତ ଖେସରା ଜଙ୍ଗଲରେ ବଳଦକୁ ବାଘ ଆକ୍ରମଣ କରିବାକୁ ମୃତ୍ୟୁ ହୋଇଥିଲା । ଏହା ପରେ ବଳଦ ମାଲିକ ରାଗରେ ମୃତ ବଦଳ ଦେହରେ ବିଷ ଲଗାଇ ରଖିଦେଇଥିଲେ । ଏହା ପରେ ପୁଣି ଥରେ ବଳଦକୁ ଆକ୍ରମଣ କରିବାକୁ ଆସି ବଳଦ ମାଂସକୁ ଖାଇଥିଲା । ଏହା ପରେ ଉକ୍ତ କଲରାପତରିଆ ବାଘର ମୃତ୍ୟୁ ହୋଇଥିଲା । ତାମରା ରେଞ୍ଜ ବନ ବିଭାଗ ତଦନ୍ତ କରି ବଳଦ ମାଲିକକୁ ଗିରଫ କରିଛି ।