୧୨ ତାରିଖ ଯାଏଁ କାଳବୈଶାଖୀ ସମ୍ଭାବନା, ବିଜଳି ଓ ବଜ୍ରପାତ ପାଇଁ ସତର୍କ ରୁହ
Khabar Odisha:kalabaisakhi-rain-upto-12th-april
ଭୁବନେଶ୍ୱର, ଏପ୍ରିଲ ୦୯ (ଖବର ଓଡ଼ିଶା):

ରାଜ୍ୟରେ ବିଭିନ୍ନ ସ୍ଥାନରେ ତାପମାତ୍ରା ସାମାନ୍ୟ ସ୍ଥିର ରହିଛି । ତେବେ ଏହାରି ମଧ୍ୟରେ ଆସନ୍ତା ୧୨ ତାରିଖ ଯାଏଁ  କାଳବୈଶାଖୀ ସମ୍ଭାବନା ରହିଛି । କିଛି ସ୍ଥାନରେ କାଳବୈଶାଖୀ ବର୍ଷା ସହ ଘଡ଼ଘଡ଼ି ବଜୁଳି ମାରିବା ମଧ୍ୟ ସମ୍ଭାବନା ରହିଛି । ତେଣୁ ୧୨ ତାରିଖ ଯାଏଁ ସତର୍କ ରହିବାକୁ ପରାମର୍ଶ ଜାରି କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ।
ସକାଳ ଓ ଦିନ ସମୟରେ ଖରା ହେବାକୁ ଥିବା ବେଳେ  ଉପର ବେଳା କାଳବୈଶାଖୀ ବର୍ଷ ହେବ । ଆଜି ଠାରୁ ୧୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ଆସନ୍ତା କିଛ ଦିନ ତାପମାତ୍ରା ସେତେ ପରିମାଣରେ ବଢ଼ିବ ନାହିଁ । ଆଜିଠୁ ୧୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅନେକ ସ୍ଥାନରେ ପାଗ ମେଘୁଆ ରହିବା ସହ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର  ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି ଯେ, ଆସନ୍ତା ୪ ଦିନ ପାଗ ଶୁଖିଲା ରହିବ। ତାପମାତ୍ରା ବିଶେଷ ବୃଦ୍ଧି ପାଇବ ନାହିଁ । ତେବେ ୯ ତାରିଖରେ ଉପକୂଳ ଓଡ଼ିଶା ସମେତ କେନ୍ଦୁଝର, ସୁନ୍ଦରଗଡ, ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ, କନ୍ଧମାଳ ଓ ବଲାଙ୍ଗୀର ଜିଲ୍ଲାର କେତେକ ସ୍ଥାନରେ ଘଡଘଡି କାଳବୈଶାଖୀ ର୍ବୋ ହେବ । କାଳବୈଶାଖୀ ବର୍ଷା ସହ ବିଜୁଳି, ଘଡ଼ଘଡ଼ି ସହ ବଜ୍ରପାତ ହେବ । କେବଳ ଏତିକି ନୁହେଁ ବର୍ଷା ସମୟରେ  ଘଣ୍ଟା ପ୍ରତି ୩୦-୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି।
୧୦ ତାରିଖରେ ଉପକୂଳ ଓଡ଼ିଶା ସମେତ ରାୟଗଡା, କୋରାପୁଟ, କନ୍ଧମାଳ ଓ ମୟୁରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ୧୧ରେ ଦକ୍ଷିଣ ଓଡିଶା ସମେତ ମୟୁରଭଞ୍ଜ ଓ ବାଲେଶ୍ୱରରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୧୨ ତାରିଖରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି । ତେବେ ୧୩ ତାରିଖଠାରୁ ପୁଣି ତାପମାତ୍ରା ବଢ଼ିବ।

  • Tags:

Subscribe

National International State Sports Entertainment