କୋରାପୁଟ: କୋରାପୁଟ ଜିଲ୍ଲା ଜୟପୁର ଟାଉନ ଥାନା ପୋଲିସ ବିଭିନ୍ନ ଅପରାଧିକ ମାମଲାରେ ସମ୍ପୃକ୍ତ ଥିବା ମୋଟ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତଙ୍କୁ ନିକଟରୁ ୮ଟି ଚୋରି ବାଇକ୍ ଜବତ କରାଯାଇଛି ।
ପ୍ରଥମ ଘଟଣାରେ କେସ୍ ନଂ- ୩୨୬/୨୬ ବାଇକ୍ ଚୋରି ଅଭିଯୋଗରେ ସୁନ୍ଧିଗୁଡ଼ାର ଦିଲୀପ ଖିଲ୍ଲା (୨୬), ହାଟପଦାର ରାଜୁ ମାଝୀ (୨୩) ଏବଂ ନୂଆଗୁଡ଼ାର ଜଗଦୀଶ ହରିଜନ (୨୮)ଙ୍କୁ ପୋଲିସ ଗିରଫ କରିଛି । ସେମାନଙ୍କ ନିକଟରୁ ୮ଟି ଚୋରି ବାଇକ୍ (ହୋଣ୍ଡା ୟୁନିକର୍ଣ୍ଣ, ୨ଟି ପଲସର, ୨ଟି ହୋଣ୍ଡା ସାଇନ୍, ୨ଟି ଏଚଏଫ୍ ଡିଲକ୍ସ ଓ ଗୋଟିଏ ସ୍ପ୍ଲେଣ୍ଡର) ଜବତ କରାଯାଇଛି । ଅନ୍ୟ ଏକ ଚୋରି ମାମଲାରେ କେସ୍ ନଂ- ୧୧୮/୨୬ ଢେପାଗୁଡ଼ାର ଅଭି ରାଓ (୨୧) ଏବଂ ଗାନ୍ଧୀ ଛକ କେନାଲ ରୋଡ଼ର ରାଜେଶ ନାୟକ ପାଇକ (୨୫)ଙ୍କୁ ଗିରଫ କରାଯିବା ସହ ଚୋରି ହୋଇଥିବା ଚାଉଳ ବସ୍ତା ଜବତ ହୋଇଛି । ସେହିପରି ତୃତୀୟ ଘଟଣାରେ କେସ୍ ନଂ- ୩୨୮/୨୬ ଅପରାଧିକ କାର୍ଯ୍ୟକଳାପ ଅଭିଯୋଗରେ ରାଖେଲ ଖୋରା (୧୯), ଉତ୍ତମ ନାଗ (୨୧) ଏବଂ ରିଙ୍କୁ ବାଘ (୨୦)ଙ୍କୁ ଗିରଫ କରାଯାଇ ସେମାନଙ୍କ ନିକଟରୁ ଖଣ୍ଡା/ଛୁରୀ ଓ ନଗଦ ୫୦୦ ଟଙ୍କା ଜବତ କରାଯାଇଛି ।
ଅନ୍ୟ ଏକ ମାମଲାରେ (କେସ୍ ନଂ- ୨୩୭/୨୬) ପରଜା ସାହିର ଭଗବାନ ମାଳି ଓରଫ ମଣ୍ଟୁ (୨୧)ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ପୋଲିସ ତଦନ୍ତ ଜାରି ରଖିଛି।