ବୌଦ୍ଧ: ବେଆଇନ୍ ଗଞ୍ଜେଇ ଡିଲ୍କୁ ନେଇ ଭାଇରାଲ ହୋଇଥିବା ଅଡିଓ ପ୍ରସଙ୍ଗରେ ବୌଦ୍ଧ ପୋଲିସ ବିଭାଗରେ ବଡ଼ ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି। ଦୁଇ ପୋଲିସ କର୍ମଚାରୀଙ୍କ ବିରୋଧରେ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହୋଇଥିବା ଜଣାପଡ଼ିଛି।
ଗୁପ୍ତ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ, ବଘିଆପଡା ଥାନାର ଏସ୍ଆଇ ପ୍ରାଣବନ୍ଧୁ ସାହୁଙ୍କୁ ସସ୍ପେଣ୍ଡ କରାଯାଇଛି। ସେହିପରି ହୋମଗାର୍ଡ ମାନଭଞ୍ଜନ ଜଗଦଲାଙ୍କୁ ଚାକିରିରୁ ବରଖାସ୍ତ କରାଯାଇଥିବା ସୂଚନା ରହିଛି।
ଉଲ୍ଲେଖଯୋଗ୍ୟ ଯେ, ଭାଇରାଲ ଅଡିଓ ଘଟଣା ପରେ ପୂର୍ବରୁ ଏସ୍ଆଇ ପ୍ରାଣବନ୍ଧୁ ସାହୁଙ୍କୁ ବଘିଆପଡା ଥାନାରୁ ବଦଳି କରି ଆର୍ଓ କାର୍ଯ୍ୟାଳୟକୁ ପଠାଇଥିଲେ ବୌଦ୍ଧ ଏସ୍ପି।
ତେବେ ଏହି ଘଟଣାକୁ ନେଇ ପୋଲିସ ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ସ୍ପଷ୍ଟୀକରଣ ଜାରି କରାଯାଇନାହିଁ। ଭାଇରାଲ ଅଡିଓର ସତ୍ୟତା ଓ ତଦନ୍ତ ନେଇ ଅଧିକାରୀଙ୍କ ପ୍ରତିକ୍ରିୟାକୁ ଅପେକ୍ଷା କରାଯାଇଛି।