ଭୁବନେଶ୍ୱର : ପାର୍ବଣ ପୂର୍ବରୁ ଆକ୍ସନ ମୋଡକୁ ଆସିଛି କମିଶନରେଟ୍ ପୋଲିସ । ଏଣିକି ରାତିରେ ମଦ୍ୟପାନ କରି ବୁଲିଲେ ଧରିବ ପୋଲିସ । ଗାଡି ସିଜ ହେବାସହ ଫୌଜଦାରୀ ମାମଲା ମଧ୍ଯ ଲାଗିପାରେ । ଏଥିପାଇଁ ବ୍ଲକିଂ ଚେକିଂ ଆରମ୍ଭ ହେଇଗଲାଣି । ରାତ୍ରି କାଳୀନ ଚେକ୍ ଆରମ୍ଭ କରିଛି କମିଶନରେଟ ପୋଲିସ । ଏନେଇ ଭୁବନେଶ୍ୱର ବିଭିନ୍ନ ସ୍ଥାନରେ ବ୍ଲକିଂ ଆଉ ଚେକିଂ କରିଛି ପୋଲିସ । ଏଥିପାଇଁ ନିୟୋଜିତ ହୋଇଛନ୍ତି ୨୦୦ ନବ ନିଯୁକ୍ତ ଏସଆଇ । ସହରର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ବ୍ଲକି ଚେକିଂ କରାଯାଇଛି । ରାତିରେ ଅସାମାଜିକ କାର୍ଯ୍ୟକୁ ରୋକିବା ସହ ମଦ୍ୟପାନ କରି ଗାଡି ଚଲାଇ ଦୁର୍ଘଟଣା ରୋକିବା ଉପରେ ଫୋକସ ରହିଛି । ଏନେଇ ଭୁବନେଶ୍ୱରର ୩୦ଟି ଲୋକେସନରେ ଚେକ୍ କରଯାଇଛି । ଫଳରେ ଆଗକୁ ପାର୍ବଣ ଆସୁଥିବାରୁ ସହରରେ ଅପରାଧୀକ କାର୍ଯ୍ୟକଳାପକୁ ରୋକାଯିବ । ଲୋକଙ୍କ ମଧ୍ୟରେ ସୁରକ୍ଷିତ ବାତାବରଣ ଦିଆଯିବ ସେନେଇ ପୋଲିସ ଡିଜିଙ୍କ ନିର୍ଦ୍ଦେଶ କ୍ରମେ ଏଭଳି ବ୍ଲକି ଓ ଚେକି କଡାକଡି କରିଛି ପୋଲିସ ।
ଭୁବନେଶ୍ୱର ସହରାଞ୍ଚଳ ପୋଲିସ ଜିଲ୍ଲା (UPD) ଦ୍ୱାରା ପ୍ରଦାନ କରାଯାଇଥିବା ତଥ୍ୟ ଅନୁଯାୟୀ, ମଦ୍ୟପାନ କରି ଗାଡ଼ି ଚଳାଇବା ସମ୍ବନ୍ଧୀୟ ୧୩୧ଟି ମାମଲା ରୁଜୁ କରାଯାଇଥିବା ବେଳେ ଏଥିପାଇଁ ମୋଟ ୧୩୧ଟି ଗାଡ଼ି ଜବତ କରାଯାଇଛି। ଏହି ଗାଡ଼ିଗୁଡ଼ିକ ମଧ୍ୟରେ ୪୯ଟି ଚାରି-ଚକିଆ, ୮ଟି ତିନି-ଚକିଆ ଏବଂ ୭୪ଟି ଦୁଇ-ଚକିଆ ଗାଡ଼ି ଅନ୍ତର୍ଭୁକ୍ତ ରହିଛି ।