କେନ୍ଦ୍ରାପଡ଼ା : ଆଜି ପବିତ୍ର ରକ୍ଷା ବନ୍ଧନ। ସ୍ନେହ, ପ୍ରେମ ଓ ଶ୍ରଦ୍ଧା ର ଏହି ପବିତ୍ର ଦିନରେ, ଭଉଣୀ ନିଜ ଭାଇ ହାତରେ ରାକ୍ଷୀ ବାନ୍ଧି, ଶୁଭ ମନାସିଥାଏ। ନିଜର ସୁରକ୍ଷା ତଥା, ଭାଇ ର ଜୀବନରେ ଖୁସି ଆଣିବା ପାଇଁ, ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥାଏ।
ଆଜି ତୁଳସୀକ୍ଷେତ୍ରାଧିପତି ଶ୍ରୀ ବଳଦେବଜୀଉ ଙ୍କ ଜନ୍ମ ଦିବସ। ଏହି ଅବସରରେ ଆଜି ସକାଳୁ ସକାଳୁ ବଳଦେବଜୀଉ ଙ୍କ ମନ୍ଦିରରେ ଅସମ୍ଭବ ଭିଡ଼ ଲାଗିରହିଥିଲା । ଶ୍ରୀକ୍ଷେତ୍ର ରୁ ମା ସୁଭଦ୍ରା ପଠେଇଥିବା ପାଟରାକ୍ଷୀ କୁ ପ୍ରଭୁ ଶ୍ରୀବଳଦେବ, ଶ୍ରୀଜଗନ୍ନାଥଙ୍କ ହାତରେ ବନ୍ଧା ଯାଇଥିଲା। ଶ୍ରୀ ବଡ଼ଠାକୁର ବଳଦେବଜୀଉ ମହାପ୍ରଭୁଙ୍କୁ ୧ ଲକ୍ଷ ଆଠ ତୁଳସୀ ଶ୍ରୀବାସୁଦେବ ମନ୍ତ୍ରରେ ସମର୍ପଣ ସହ ଭିତର ବେଢ଼ାରେ ପ୍ରଭୁଙ୍କ ସମ୍ମୁଖଭାଗରେ ୧ ଲକ୍ଷ ଆଠ ଯଜ୍ଞାହୂତି ଶ୍ରୀ ବାସୁଦେବ ମନ୍ତ୍ରରେ ବଡ଼ଠାକୁରଙ୍କୁ ବୈଦିକ ବ୍ରାହ୍ମଣଙ୍କ ଦ୍ଵାରା ପ୍ରଦାନ କରାଯାଇଛି।
ପରେ ପରେ ପ୍ରଭୁ ଙ୍କ ସମସ୍ତ ବେଶ, ନୀତିକାନ୍ତି କରାଯାଇଛି। ପ୍ରଭୁ ଙ୍କ ଜନ୍ମଦିନ ପାଇଁ, ସମସ୍ତ ଭକ୍ତ ଙ୍କୁ ଖିରି ପିଠା ଭୋଗ ବଣ୍ଟନ କରାଯାଇଛି।ଏହି ପବିତ୍ର ଦିନରେ, ପ୍ରଭୁ ଙ୍କ ଦର୍ଶନ ପାଇଁ କେନ୍ଦ୍ରାପଡା ଜିଲ୍ଲା ତଥା ଆଖପାଖ ଜିଲ୍ଲା ରୁ ବେଶ ଭକ୍ତଙ୍କ ସୁଅ ଛୁଟିଛି।