ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଘୋଷଣା କରିଛନ୍ତି ଯେ ରାଜ୍ୟର ଅଣ-ମରାଠୀ ରିକ୍ସା ଏବଂ ଟ୍ୟାକ୍ସି ଚାଳକମାନଙ୍କୁ ମରାଠୀ ଭାଷା ଶିଖିବା ପାଇଁ ଏକ ବର୍ଷର ସମୟସୀମା ଦିଆଯାଇଛି। ଗଣମାଧ୍ୟମ ସହ ଆଲୋଚନା ବେଳେ ସେ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ରିକ୍ସା ଓ ଟ୍ୟାକ୍ସି ଚାଳକଙ୍କ ଏକ ପ୍ରତିନିଧି ଦଳ ତାଙ୍କୁ ଭେଟି ଏହି ଅନୁରୋଧ କରିଥିଲେ, ତେଣୁ ସେମାନଙ୍କ ପାଇଁ ଏହି ସମୟସୀମା ବୃଦ୍ଧି କରାଯାଇଛି।
ଏହି ବର୍ଷକ ମଧ୍ୟରେ ମରାଠୀ ଶିଖିବାକୁ ସେ ଅଣ-ମରାଠୀ ରିକ୍ସା ଓ ଟ୍ୟାକ୍ସି ଚାଳକଙ୍କୁ ନିବେଦନ ମଧ୍ୟ କରିଛନ୍ତି। ଯେହେତୁ ରିକ୍ସା ଏବଂ ଅଟୋ ଚାଳକଙ୍କୁ ମରାଠୀ ଶିଖିବା ପାଇଁ ଏକ ବର୍ଷ ସମୟ ଦିଆଯାଇଛି, ତେଣୁ ପୂରା ଏକ ବର୍ଷ ପର୍ଯ୍ୟନ୍ତ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ। ସେମାନଙ୍କ ଲାଇସେନ୍ସ ମଧ୍ୟ ବାତିଲ କରାଯିବ ନାହିଁ।
ଫଡନାଭିସ୍ କହିଛନ୍ତି ଯେ ହାଜି ଅରାଫତଙ୍କ ନେତୃତ୍ୱରେ ଅଟୋ ଏବଂ ରିକ୍ସା ଚାଳକମାନେ ଗୁରୁବାର ଦିନ ମୋତେ ଭେଟିଥିଲେ। ଏହି ସମୟରେ ପ୍ରତିନିଧି ଦଳ ମରାଠୀ ଭାଷାର ଆବଶ୍ୟକତାକୁ ସମର୍ଥନ କରିଥିଲେ। ମରାଠୀ ଶିଖିବା ପାଇଁ ଆମର ଉଦ୍ୟମ ଜାରି ରହିଛି ଏବଂ ଭବିଷ୍ୟତରେ ମଧ୍ୟ ଏହି ପ୍ରୟାସ ଜାରି ରଖିବେ ବୋଲି ସେମାନେ କହିଛନ୍ତି। ତେବେ ବିଭିନ୍ନ ବୟସ ବର୍ଗର ରିକ୍ସା ଓ ଟ୍ୟାକ୍ସି ଚାଳକମାନେ ଏତେ କମ୍ ସମୟ ମଧ୍ୟରେ ମରାଠୀ ଶିଖିପାରିବେ ନାହିଁ, ତେଣୁ ସେମାନେ ଏଥିପାଇଁ ଅଧିକ ସମୟ ଦେବାକୁ ଅନୁରୋଧ କରିଥିଲେ।
ଦାବି ମାନିଲେ ମହାରାଷ୍ଟ୍ର ସରକାର
ସେମାନେ ମରାଠୀ ଶିଖିବା ପାଇଁ ଅତିକମରେ ଏକ ବର୍ଷ ସମୟ ବଢ଼ାଇବାକୁ ଦାବି କରିଥିଲେ। ତେଣୁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି ଯେ ଏହି ଅଣ-ମରାଠୀ ରିକ୍ସା ଏବଂ ଅଟୋ ଚାଳକଙ୍କୁ ମରାଠୀ ଶିଖିବା ପାଇଁ ଏକ ବର୍ଷ ସମୟ ଦେବାକୁ ନିଷ୍ପତ୍ତି ନିଆଯାଇଛି।
ସେ କହିଛନ୍ତି ଯେ ରିକ୍ସା ଏବଂ ଟ୍ୟାକ୍ସି ଚାଳକଙ୍କୁ ମରାଠୀ ଶିଖିବା ପାଇଁ ଏକ ବର୍ଷର ଅତିରିକ୍ତ ସମୟ ଦିଆଯାଇଛି, ତେଣୁ ଏହି ବର୍ଷ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ। ସଂଗଠନ ପକ୍ଷରୁ କ୍ଲାସ୍ କରାଇ କିମ୍ବା ମରାଠୀ ସାହିତ୍ୟ ଅଧ୍ୟୟନ କରାଇ ଏକ ବର୍ଷ ମଧ୍ୟରେ ରିକ୍ସା ଏବଂ ଟ୍ୟାକ୍ସି ଚାଳକମାନଙ୍କୁ ସ୍ପଷ୍ଟ ଭାବେ ମରାଠୀ ଶିଖାଯିବ।
ମିଳିଲା ଏକ ବର୍ଷର ମହଲତ
ସେ କହିଛନ୍ତି ଯେ ରିକ୍ସା ଏବଂ ଅଟୋ ଚାଳକଙ୍କ ଏକ ପ୍ରତିନିଧି ଦଳ ଆଗକୁ ଆସି ଅନୁରୋଧ କରିଥିଲେ। ସେମାନେ ସମୟ ବୃଦ୍ଧି ପାଇଁ ଦାବି କରିଥିଲେ, ତେଣୁ ସେମାନଙ୍କୁ ସମୟ ଦେବା ଆବଶ୍ୟକ ଥିଲା। ସେହି ଅନୁଯାୟୀ, ସେମାନଙ୍କୁ ଗୋଟିଏ ବର୍ଷର ଅତିରିକ୍ତ ସମୟ ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ଯୋଗୁଁ ଅଣ-ମରାଠୀ ରିକ୍ସା ଓ ଟ୍ୟାକ୍ସି ଚାଳକଙ୍କୁ ବଡ଼ ଆଶ୍ୱାସନା ମିଳିଛି।