ଯାଜପୁର ଅବକାରୀ ପୋଲିସକୁ ମିଳିଛି ବଡ ସଫଳତା । ଧଳା ଜହର ସହ ଜଣଙ୍କୁ ଗିରଫ କରିଛି ଯାଜପୁର ଅବକାରୀ ପୋଲିସ । ପୋଲିସ ପକ୍ଷରୁ ଧଳା ଜହର ବେପାରୀକୁ ଗିରଫ କରି ୪୫ ଗ୍ରାମର ବ୍ରାଉନ୍ସୁଗାର ଜବତ କରାଯାଇଛି । ଜବତ ବ୍ରାଉନ୍ସୁଗାରର ଆନୁମାନିକ ମୂଲ୍ୟ ସାଢେ ଚାରି ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି । ଅବକାରୀ ସୁପରିଟେଣ୍ଡେଣ୍ଟ ଅମରେନ୍ଦ୍ର ଜେନାଙ୍କ ନିର୍ଦ୍ଦେଶ କ୍ରମେ ଦିନ ୧୧ ଟାରେ ପେଟ୍ରୋଲିଙ୍ଗ ଚାଲିଥିବା ସମୟରେ ଜଣେ ବ୍ୟକ୍ତିଙ୍କୁ ସନ୍ଦେହ କରି ପଚରାଉଚୁରା କରାଯାଇଥିଲା । ତଲାସି ପରେ ୪୫ ଗ୍ରାମର ବ୍ରାଉନ୍ସୁଗାର ଜବତ ହୋଇଛି । ତେବେ ବ୍ୟକ୍ତି ଜଣଙ୍କୁ ଗିରଫ କରାଯାଇଥିଲାବେଳେ ଏ ଘଟଣାରେ ଅଧିକ ତଦନ୍ତ କରାଯିବ ବୋଲି ଅଧିକାରୀ ସୂଚନା ଦେଇଛନ୍ତି ।
ଅଧିକ ପଢନ୍ତୁ : ବ୍ୟାଙ୍କ୍ ମୁଖ୍ୟ ଶାଖାରେ ଅଗ୍ନିକାଣ୍ଡ