ଭୁବନେଶ୍ୱର: ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନର ଏସପି ଆଇପିଏସ୍ ଅନୁପମା ଜେମସଙ୍କୁ କେନ୍ଦ୍ରରେ ନିଯୁକ୍ତି ମିଳିଛି । ୨୦୧୩ ବ୍ୟାଚ୍ ଓଡ଼ିଶା କ୍ୟାଡ଼ରର ଅନୁପମା ଜେମସ କେନ୍ଦ୍ରୀୟ ଡେପୁଟେସନରେ ଯିବେ । ଜାତୀୟ ତଦନ୍ତକାରୀ ସଂସ୍ଥା ବା ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି (ଏନଆଇଏ) ର ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୁଲିସ (ଏସପି) ଭାବେ ୫ବର୍ଷ ପାଇଁ ଡେପୁଟେସନରେ ଯିବେ । ଏନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।