ଦିଗପହଣ୍ଡି: ପାରିବାରିକ କଳହରୁ ଘରେ ଫୁଟିଲା ବୋମା । ଏପରି ଏକ ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା କୁଶପଡ଼ା ଗାଁରେ ଘଟିଛି । ପୋଲିସ ଏହି ଘଟଣାର ତଦନ୍ତ ଜାରି କରିଛି ।
ସୂଚନା ଅନୁସାରେ, କୁଶପଡ଼ା ଗାଁରେ ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ କଳି ହୋଇଥିଲା । ସ୍ୱାମୀ ରାଗିଯାଇ ଘରେ ବୋମା ଫୁଟାଇଥିଲା । ସୋଭାଗ୍ୟବଶତଃ ଏହି ସମୟରେ ଘରେ ସ୍ତ୍ରୀ ନ ଥିଲେ । ବୋମାରୁ ଅଳ୍ପକେ ପଡ଼ୋଶୀ ବର୍ତ୍ତି ଯାଇଥିଲେ । ବୋମା ଫୁଟି ଭଡ଼ା ଘର ଛପର ଉଡ଼ି ଯିବା ସହିତ ପଡ଼ୋଶୀ ଘର କାନ୍ଥ ଭାଙ୍ଗିଯାଇଥିଲା । ବୋମା ଫୁଟିବା ଶବ୍ଦରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା । ବୋମା ଫୁଟିବା ପରେ ଘରର ଆସବାବପତ୍ର ନଷ୍ଟ ହୋଇଯାଇଛି । ଏନେଇ ପୋଲିସ ଖବର ପାଇ, ଘଟଣାସ୍ଥଳରେ ପହଞ୍ଚି ଘଟଣାର ତନାଘନା ଯାଞ୍ଚ କରିଥିଲା । ବୋମା ଫୁଟାଇଥିବା ଅଭିଯୁକ୍ତ ସ୍ବାମୀକୁ ପୋଲିସ ଅଟକ ରହିଛି ।