ସମ୍ବଲପୁର: ହୀରାକୁଦ ଜଳଭଣ୍ଡାର ଉପରମୁଣ୍ଡରେ ପ୍ରବଳ ବର୍ଷା ଫଳରେ ଜଳଭଣ୍ଡାର କୁ ଜଳ ପ୍ରବେଶ ବୃଦ୍ଧି ହେଉଥିବାରୁ ହୀରାକୁଦ ରୁ ମୋଟ୍ 20 ଗୋଟି ଗେଟ୍ ମାଧ୍ୟମରେ ବନ୍ୟାଜଳ ନିଷ୍କାସନ କରାଯାଉଛି । ସୋମବାର ସକାଳ 8 ଟା 39 ମିନିଟ ସୁଦ୍ଧା ମୋଟ୍ 20 ଗୋଟି ଗେଟ୍ ମାଧ୍ୟମରେ ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ କରାଯାଉଛି। ବର୍ତ୍ତମାନ ସୁଦ୍ଧା ହୀରାକୁଦ ଜଳଭଣ୍ଡାର ଜଳସ୍ତର 609 ଦଶମିକ 81 ଫୁଟ୍ ରହିଛି । ବାମପଟେ 13 ଗୋଟି ଓ ଡ଼ାହାଣ ପଟେ 7 ଗୋଟି ମୋଟ 20 ଗେଟ୍ ମାଧ୍ୟମରେ ବନ୍ୟାଜଳ ନିଷ୍କାସନ କରାଯାଉଛି।
ତେବେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ 2 ଲକ୍ଷ 69 ହଜାର 528 କ୍ୟୁସେକ ବନ୍ୟାଜଳ ପ୍ରବେଶ କରିଥିବା ବେଳେ ପ୍ରତି ସେକେଣ୍ଡରେ ପାୱାର ଚେନେଲ,ସ୍ପିଲୱେ, ଶିଳ୍ପାଞ୍ଚଳ ,କେନାଲ ସମେତ ମୋଟ୍ 20 ଗୋଟି ଗେଟ୍ ଦେଇ 2 ଲକ୍ଷ 30 ହଜାର 544 କ୍ୟୁସେକ ବନ୍ୟାଜଳ ନିଷ୍କାସନ କରାଯାଉଛି । ତେବେ ଉପରମୁଣ୍ଡରେ ଅତ୍ୟଧିକ ବର୍ଷା ହୋଇଥିବାରୁ ଅଧିକ ମାତ୍ରାରେ ପାଣି ହୀରାକୁଦକୁ ଆସୁଛି ବୋଲି ଜଣାପଡିଛି ।