ରାୟଗଡା: ଖୋଲିଲା ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣି ମନ୍ଦିରର ଦାନ ହୁଣ୍ଡି । ଦୀର୍ଘ ୫ ମାସ ପରେ ଆଜି ହୁଣ୍ଡି ଖୋଲାଯାଇଛି । ଦାନ ଆକାରରେ ଟଙ୍କା, ସୁନା, ରୁପା ସହ ଅନେକ ଅଳଙ୍କାର ହୁଣ୍ଡିରେ ପକାଇଛନ୍ତି ଭକ୍ତ । ହୁଣ୍ଡି ଖୋଲାଯିବା ପରେ ଟଙ୍କା, ସୁନା ଗଣତି ଆରମ୍ଭ ହୋଇଛି । ଏଥିପାଇଁ ବିଭିନ୍ନ ସଂଗଠନର ୨୦୦ ସଦସ୍ୟ ନିୟୋଜିତ ହୋଇଛନ୍ତି । ତେବେ ପୂର୍ବରୁ ଜାନୁଆରୀ ୨୭ ତାରିଖରେ ହୁଣ୍ଡି ଖୋଲା ଯାଇଥିଲା । ହୁଣ୍ଡୀରୁ ମୋଟ ୯୪ ଲକ୍ଷ ୪୯ ହଜାର ଟଙ୍କା ସହ ୨୧୭୦ ଗ୍ରାମ ରୁପା, ୯୩ ଗ୍ରାମ ସୁନା ମିଳିଥିଲା ।