ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ସ୍ଵର୍ଗତ ନବ ଦାସଙ୍କ ପୁଅ ବିଶାଲ ଦାସ ଆୟକର ବିଭାଗ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି । ଆୟକର ବିଭାଗର ନୋଟିସ ପରେ ସେ ହାଜର ହୋଇଥିବା ଜଣାପଡ଼ିଛି । ଗତ କିଛି ଦିନ ପୂର୍ବରୁ ଆୟକର ବିଭାଗ ନବ ଦାସଙ୍କ ଘର ସମେତ ୯ଟି ସ୍ଥାନରେ ଚଢାଉ କରିଥିଲା । ଝାରସୁଗୁଡ଼ା, ସମ୍ବଲପୁର, ଭୁବନେଶ୍ୱର ଏବଂ ସୁନ୍ଦରଗଡ଼ ସମେତ ଦିଲ୍ଲୀରେ ମଧ୍ୟ ଚଢ଼ଉ ହୋଇଥିଲା ।
ଗତ ୨୦୨୩ ଏପ୍ରିଲ ଓ ମେ ମାସରେ ବିଶାଲ ଦାସ ୪ଟି ଏଲଏଲପି କମ୍ପାନୀ କଟକରେ ପଞ୍ଜିକରଣ କରିଛନ୍ତି । ସ୍କାଏ କୋଲ୍ କର୍ପୋରେସନ୍ ଏଲଏଲପି, ଫାୟାରଷ୍ଟୋନ୍ ମାଇନିଂସ୍ ଏଲ୍ଏଲପି, ବ୍ଲାକ୍ ଗୋଲ୍ଡ ମାଇନିଂସ୍ ଏଲଏଲପି ଏବଂ ବ୍ଲାକୱେଲ୍ସ ଇନଫ୍ରା ଏଲଏଲପି । ୨୦୨୩ ଏପ୍ରିଲ ୧୭ରେ ସ୍କାଏ କୋଲ୍ କର୍ପୋରେସନ୍ ଏଲଏଲପି ପଞ୍ଜିକୃତ ହୋଇଥିବାବେଳେ ୨୮ ଏପ୍ରିଲରେ ଫାୟାରଷ୍ଟୋନ୍ ମାଇନିଂସ୍ ଏଲ୍ଏଲପି ପଞ୍ଜିକରଣ କରାଯାଇଛି । ସେହିପରି ୨୦୨୨୩ ମେ ୧୩ରେ ବ୍ଲାକ୍ ଗୋଲ୍ଡ ମାଇନିଂସ୍ ଏଲଏଲପି ପଞ୍ଜିକରଣ ହୋଇଥିବାବେଳେ ବ୍ଲାକୱେଲ୍ସ ଇନଫ୍ରା ଏଲଏଲପି, ମେ ୧୯ରେ ପଞ୍ଜିକରଣ କରାଯାଇଛି । ଏହି କମ୍ପାନୀ ଗୁଡିକରରେ ବିଶାଳ ଦାସ ଡେଜିଗନେଟ୍ ପାର୍ଟନର ଅଛନ୍ତି । ଭୂତ କମ୍ପାନୀ ନାଁରେ ବିଶାଲ ଆୟକର ଠକିଥିବା ଆଲୋଚନା ହେଉଛି ।