ଭୁବନେଶ୍ୱର: ରାଜଧାନୀରେ ନକଲି ସିଆଇଡି ମାମଲାରେ ସିଟି ଇନଭେଷ୍ଟମେଣ୍ଟ ଡିଟେକ୍ଟିଭ୍ ସଂସ୍ଥାର କର୍ମଚାରୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେମାନେ ସିଆଇଡି ନୁହଁନ୍ତି ବରଂ ସେମାନେ ଏନଫୋର୍ସମେଣ୍ଟ ଏଜେଣ୍ଟ ଅଟନ୍ତି । ସେମାନଙ୍କ କାମ ବକେୟା ଟଙ୍କା ଆଦାୟ କରିବା ବୋଲି ସଂସ୍ଥାର ଜଣେ କର୍ମଚାରୀ କହିଛନ୍ତି ।
କର୍ମଚାରୀଙ୍କ କହିବା ଅନୁସାରେ, ସିଟି ଇନଭେଷ୍ଟମେଣ୍ଟ ଆଣ୍ଡ୍ ଡିଟେକ୍ଟିଭ୍ ସଂସ୍ଥାର ସେମାନେ ଏନଫୋର୍ସମେଣ୍ଟ ଏଜେଣ୍ଟ ଅଟନ୍ତି । ୨୦୦୨ ମସିହାରୁ ସେମାନେ କାର୍ଯ୍ୟ କରୁଛନ୍ତି । ଏହା କୌଣସି ନୂଆ ସଂସ୍ଥା ନହେଁ । ତାଙ୍କ ସଂସ୍ଥାର ୩୬ଟି ବ୍ୟାଙ୍କ ସହିତ ଅନୁବନ୍ଧିତ ରହିଛି । ବ୍ୟାଙ୍କର ନିର୍ଦ୍ଦେଶ ଅନୁସାରେ କାମ କରନ୍ତି । ସେମାନେ ବକେୟା ଥିବା ଟଙ୍କା ଆଦାୟ କରନ୍ତି । ଗତକାଲି ଯାଇଥିବା ଟଙ୍କା ଆଦାୟ କରିବାକୁ ଯାଇଥିବା ଘରୋଇ ଇଞ୍ଜିନିୟରିଂ କଲେଜର ୮୪ରୁ ୮୫ କୋଟି ଟଙ୍କା ବକେୟା ରହିଛି । ବକେୟା ଟଙ୍କା ଆଦାୟ କରିବାକୁ ସେମାନେ ଯାଇଥିଲେ । କିନ୍ତୁ କଲେଜ ପୋଲିସକୁ ଫୋନ କରି ମିଥ୍ୟା ସୂଚନା ଦେଇ ଡକାଇଥିଲା । ଫଳରେ ଏଜେଣ୍ଟମାନଙ୍କୁ ଗିରଫ କରାଯାଇଥିବା ସେ କହିଛନ୍ତି ।
ଉଲ୍ଲେଖ ଯୋଗ୍ୟ, ଗତକାଲି ସଂସ୍ଥାର କିଛି କର୍ମଚାରୀ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ଋଣ ପରିଶୋଧ ହୋଇନଥିବା କହି ଚଢ଼ଉ କରିଥିଲେ । ସେହି ସମୟରେ ପିଲାଙ୍କର ପରୀକ୍ଷା ମଧ୍ୟ ଚାଲିଥିଲା । କଲେଜ କର୍ତ୍ତୃପକ୍ଷଙ୍କୁ ଧମକ ଦେଇ ଗେଟରେ ତାଲା ପକାଇ ନିଲାମ ପାଇଁ ନାଲି ପତାକା ଲଗାଇଦେଇଥିଲେ । କଲେଜ କର୍ତ୍ତୃପକ୍ଷ ଚନ୍ଦ୍ରେଶେଖରପୁର ପୋଲିସକୁ ଖବର ଦେଇଥିଲେ । ପୋଲିସ କଲେଜରେ ପହଁଚି ୮ ଜଣଙ୍କୁ ଗିରଫ କରିଥିଲା ।