ବାଲେଶ୍ୱର: ଏକ ଦ୍ରୁତଗାମୀ ଥାର୍ ଧକ୍କାରେ ଜଣେ ଶିଶୁର ପ୍ରାଣ ଚାଲିଯାଇଛି । ଏହା ସହିତ ପରିବାରର ୫ ଜଣ ଗୁରୁତର ହୋଇଛନ୍ତି । ବାଲେଶ୍ଵର ଜିଲ୍ଲା ଖନ୍ତାପଡା ଖୁସି ହୋଟେଲ ନିକଟରେ ଶୁକ୍ରବାର ମର୍ମୁନ୍ତୁଦ ଦୁର୍ଘଟଣା ଘଟିଛି ।
ଚକଜଗନ୍ନାଥପୁର ପଞ୍ଚାୟତ ବାସୁବରହମପୁର ଗାଁର ଗୋଟିଏ ପରିବାର ଅଟୋରେ ଯାଉଥିଲେ । ୧୬ ନମ୍ବର ଜାତୀୟ ରାଜପଥ ଖନ୍ତାପଡ଼ା ବଜାର ଖୁସି ହୋଟେଲ ନିକଟରେ ଦ୍ରୁତଗତିରେ ଆସୁଥିବା ଥାନ୍ ଗାଡ଼ି ଅଟୋକୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ଅଟୋରେ ଥିବା ଗୋଟିଏ ପରିବାରର ୬ ଜଣ ଗୁରୁତର ହୋଇଥିଲେ । ସେମାନଙ୍କୁ ତୁରନ୍ତ ଗୁରୁତର ଅବସ୍ଥାରେ ଖନ୍ତାପଡା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲରେ ଡାକ୍ତର ୩ ବର୍ଷର ଶିଶୁକନ୍ୟାକୁ ମୃତ ଘୋଷଣା କରିଥିଲେ । ଅନ୍ୟ ୫ ଜଣଙ୍କୁ ବାଲେଶ୍ଵର ମେଡ଼ିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣାସ୍ଥଳରେ ଖନ୍ତାପଡ଼ା ପୋଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଥାର୍ ଆଉ ଅଟୋକୁ ଜବତ କରିଛି ।