ମୟୁରଭ଼ଞ୍ଜ: ଶିଶୁ ଅଲୋଡା ହେବା ଘଟଣା କିଛି ନୂଆ ନୁହେଁ, ପ୍ରତ୍ୟେକ ଦିନ କେଉଁଠୁ ନା କେଉଁଠୁ ଏଭଳି ଘଟଣା ସାମ୍ନାକୁ ଆସୁଛି । ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣି ଥାନା ଅଞ୍ଚଳରେ ଏକ ନବଜାତ ଶିଶୁ କନ୍ୟା ଉଦ୍ଧାର ହୋଇଛି । ସାନମୌଦା ଗ୍ରାମର ଏକ ପଡ଼ିଆ ନିକଟରୁ ନବଜାତ ଶିଶୁ କନ୍ୟା ଉଦ୍ଧାର କରିଛନ୍ତି ଗ୍ରାମବାସୀ।
ଆଜି ସକାଳ ୧୧ଟା ସମୟରେ ଗ୍ରାମର କିଛି ପିଲା ପଡ଼ିଆରେ କ୍ରିକେଟ୍ ଖେଳୁଥିବା ସମୟରେ ଏକ ଛୁଆର କାନ୍ଦ ଶୁଣିବାକୁ ପାଇଥିଲେ । ଖବର ପାଇ ଗ୍ରାମବାସୀ ଘଟଣା ସ୍ଥଳକୁ ଯାଇ ଏକ ନବଜାତ ଶିଶୁ କନ୍ୟାକୁ ଦେଖି, ଉଦ୍ଧାର କରି ପୋଲିସ ଓ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ଆମ୍ବୁଲାନ୍ସ ଯୋଗେ ଗୋରୁମହିଷାଣି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦିଆଯାଇଥିଲା। ତେବେ ସେଠାରେ ଶିଶୁର ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଶିଶୁ କନ୍ୟାଟି ଦୁଇ ଦିନ ପୂର୍ବରୁ ଜନ୍ମ ହୋଇଥିବା ସନ୍ଦେହ କରିଛନ୍ତି ଡାକ୍ତର ରାହୁଲ କୁମାର । ଅନୈତିକ ସମ୍ପର୍କର ପରିଣତି, ନାଁ ପୁଅ ଲୋଭରେ ଝିଅକୁ ଫିଙ୍ଗା ଯାଇଛି ତାହା ସ୍ପଷ୍ଟ ହୋଇଥିବା ପୋଲିସ ତଦନ୍ତ ଆରମ୍ଭ କରିଛି ।