କଟକ : ଯୁକ୍ତ ଦୁଇର ପ୍ରଥମ ପର୍ଯ୍ୟାୟ ନାମଲେଖା ପାଇଁ କଟ୍-ଅଫ୍ ମାର୍କ ତାଲିକା ପ୍ରକାଶ କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ । ଏହା ସହ ସାମସ ଓଡ଼ିଶାରେ ଉପଲବ୍ଧ ହୋଇଛି କଟ୍-ଅଫ୍ ମାର୍କ ତାଲିକା । ଛାତ୍ରଛାତ୍ରୀମାନେ ପ୍ରତ୍ୟେକ କଲେଜର ପ୍ରତ୍ୟେକ ବିଭାଗର କଟ୍-ଅଫ୍ ମାର୍କ ଦେଖିପାରିବେ।
ଚଳିତ ବର୍ଷ ତିନୋଟି ଯାକ ଷ୍ଟ୍ରିମରେ ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆଗରେ ରହିଛି । ବିଜ୍ଞାନରେ ରେଭେନ୍ସାର କଟ୍-ଅଫ୍ ମାର୍କ ୯୧.୮୩% ରହିଛି । କଳାରେ ରେଭେନ୍ସାରେ କଟ୍-ଅଫ୍ ମାର୍କ ସର୍ବାଧିକ ୮୧.୩୩% ରହିଛି । ବାଣିଜ୍ୟରେ ରେଭେନ୍ସାର କଟ୍-ଅଫ୍ ମାର୍କ ରହିଛି ୮୦.୨୦% । ଆସନ୍ତାକାଲି ଠାରୁ ୧୪ ତାରିଖ ମଧ୍ୟରେ ନାମଲେଖା ହେବ। ପ୍ରଥମ ପର୍ଯ୍ୟାୟରେ ମନୋନୀତ ହୋଇଥିବା ଛାତ୍ରଛାତ୍ରୀମାନେ କଲେଜରେ ନିଜର ନାଁ ଲେଖାଇପାରିବ। ଦୁଇଟି ପର୍ଯ୍ୟାୟ ନାମଲେଖା ପରେ ଖୁବ୍ ଶୀଘ୍ର ପାଠପଢ଼ା ଆରମ୍ଭ କରିବାକୁ ପୂର୍ବରୁ ବିଭାଗ ନିଷ୍ପତି ନେଇଛି। ସେଇ ଆଧାରରେ ଜୁଲାଇ ୨୪ରୁ ହେବ ପାଠ ପଢା ଆରମ୍ଭ ହେବ । ଯୁକ୍ତ ୩ରୁ ଯୁକ୍ତ୨ କ୍ୟାମ୍ପସ ଅଲଗା ହେବା ନେଇ ଏବେ ବି ନିଷ୍ପତି ହୋଇପାରିନାହିଁ। ଗଣଶିକ୍ଷା ବିଭାଗ ଉଚ୍ଚଶିକ୍ଷା ବିଭାଗ ସହ କଥା ହୋଇ କ୍ୟାମ୍ପସ ଅଲଗା କରିବା ପାଇଁ ବ୍ୟବସ୍ଥା ଜାରି ରଖିଛି। ଶୀଘ୍ର ସମାଧାନ କରି ପଦକ୍ଷେପ ନିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି।