ପୁରୀ: ରଥଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିତରେ ପକେଟ୍ ମାର୍ ଘଟଣାରେ ୪୯ ଜଣ ଚୋରଙ୍କୁ ଗିରଫ କରିଛି ପୁରୀ ପୋଲିସ । ସେମାନଙ୍କ ନିକଟରୁ ଚୋରୀ ସାମଗ୍ରୀ ମଧ୍ୟ ଜବତ କରାଯାଇଛି । ପୋଲିସ ୧୨୭ଟି ମୋବାଇଲ୍ ଫୋନ୍, ୪ଟି ସୁନା ଲକେଟ୍, ୧ ସୁନା କାନଫୁଲ, ୨ ସୁନା ଚେନ୍ ଜବତ, ୧ ସୁନା ହାର, ୧ ମଙ୍ଗଳସୂତ୍ର ଓ ରୁପା ମୁଦି ଜବତ କରିଛି । ଏହା ସହିତ ଗିରଫ ଚୋରଙ୍କ ନିକଟରୁ ୩୫,୨୦୦ ନଗଦ ଟଙ୍କା ଜବତ ହୋଇଛି ।
ପୋଲିସ ଜବତ କରିଥିବା ଜିନିଷ ଗୁଡ଼ିକୁ ସମ୍ପୃକ୍ତ ଅଭିଯୋଗକାରୀଙ୍କୁ ହସ୍ତାନ୍ତର କରିଛି । ଯେଉଁମାନଙ୍କର ମୋବାଇଲ୍ ହଜିଥିଲା ସେମାନଙ୍କୁ ମୋବାଇଲ ମଧ୍ୟ ଫେରସ୍ତ କରାଯାଇଥିବା ପୁରୀ ପୋଲିସ ସୂଚନା ଦେଇଛି ।