ମୁମ୍ବାଇ: ଦୀର୍ଘ ଦିନର ଚିକିତ୍ସା ପରେ ବିଜେଡ଼ି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ହସ୍ପିଟାଲରୁ ଡିସଚାର୍ଜ ହୋଇଥିବା ସୂଚନା ମିଳିଛି । ମୁମ୍ବାଇସ୍ଥିତ ଧିରୁଭାଇ ଅମ୍ବାନୀ କୋକିଲା ବେନ ହସ୍ପିଟାଲରୁ ବିଦାୟ ନେବାବେଳେ ନବୀନଙ୍କର ଏକ ଭିଡ଼ିଓ ସାମ୍ନାକୁ ଆସିଛି । ଡାକ୍ତରଙ୍କ ପରାମର୍ଶରେ ନବୀନ ଆଉ କିଛି ଦିନ ମୁମ୍ବାଇରେ ରହିବେ ବୋଲି ସୂଚନା ଦେଇଛନ୍ତି ତାଙ୍କ ରାଜନୈତିକ ସଚିବ ସନ୍ତୃପ୍ତ ମିଶ୍ର ।
ଜୁନ ୨୦ରେ ସର୍ଭାଇକାଲ୍ ଆର୍ଥରାଇଟିସରେ ପୀଡ଼ିତ ଥିବା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମୁମ୍ବାଇ ଯାଇଥିଲେ । ସେଠାରେ କୋକିଲାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା । ତାଙ୍କର ବ୍ୟକ୍ତିଗତ ଡାକ୍ତର ରମାକାନ୍ତ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ନବୀନଙ୍କର ଚିକିତ୍ସା ହୋଇଥିଲା ।