ଚାନ୍ଦବାଲି : ଆଜିକାଲି ବିଭିନ୍ନ ସ୍ଥାନରେ ଲଗାନା ବର୍ଷା ଜାରି ରହିଛି। ଫଳରେ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତ ଉପୁଜୁଥିବା ବେଳେ କିଛି ସ୍ଥାନରେ ବଜ୍ରପାତରେ ଅନେକ ଜୀବନ ଚାଲିଯାଉଛି। ତେବେ ସେହିପରି ସୋମବାର ବଜ୍ରାଘାତରେ ଦୁଇ ଚାଷୀଙ୍କ ଜୀବନ ଚାଲିଯାଇଛି। ଭଦ୍ରକ ଜିଲ୍ଲା ପୀରହାଟ ଥାନା ହରସିଂପୁର ଚଣ୍ଡିସାହିରେ ଏହି ଦୁଖଦ ପୁର୍ଣ ଘଟଣା ଘଟିଛି। ତେବେ ମୃତ ଦୁଇ ଜଣ ହେଲେ ହରସିଂପୁର ଚଣ୍ଡିସାହିର ନାଲୁ ମହାରଣା ଓ ରୁଗୁଣା ମହାରଣା। ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି।
ସୂଚନା ଅନୁସାରେ, ହରସିଂପୁର ଚଣ୍ଡିସାହିର ନାଲୁ ମହାରଣା ଓ ରୁଗୁଣା ମହାରଣା ଦୁଇଜଣ ଚାଷ କାମ ପାଇଁ ନିଜ ଜମିରେ ଥିଲେ। ଏହି ସମୟରେ ହଠାତ ବର୍ଷା ସହିତ ବଜ୍ରପାତ ହୋଇଥିଲା। ଫଳରେ ଉଭୟ ଦୁଇଜଣ ଚାଷୀ ବଜ୍ରାଘାତର ଶିକାର ହୋଇଥିଲେ। ଏପରିକି ଘଟଣାସ୍ଥଳରେ ହିଁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଭାବେ ଆହତ ହୋଇଥିଲେ। ତେଣୁ ତୁରନ୍ତ ତାଙ୍କୁ ସେଠାରୁ ଉଦ୍ଧାର କରାଯାଇ ତିହିଡି ମେଡିକାଲରେ ଭର୍ତି କରାଯାଇଥିଲା। ହେଲେ ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।