କେନ୍ଦ୍ରାପଡ଼ା: ବାହୁଡ଼ା ଯାତ୍ରାର ତୃତୀୟ ଦିନରେ କେନ୍ଦ୍ରାପଡ଼ାର ବ୍ରହ୍ମତାଳଧ୍ୱଜ ରଥ ତୁଳସୀ କ୍ଷେତ୍ରରେ ପହଁଚିଛି । ଫଳରେ ବଳଦେବଜୀଉଙ୍କ ବାହୁଡ଼ା ଯାତ୍ରା ସମ୍ପନ୍ନ ହୋଇଛି । ଶ୍ରୀଗୁଣ୍ଡିଚାରେ ରଥ ଟଣା ସୁରୁଖୁରେ ହୋଇ ନ ଥିଲା । ରଥଯାତ୍ରାର ଚତୁର୍ଥ ଦିନରେ ବ୍ରହ୍ମତାଳଧ୍ୱଜ ମାଉସୀ ମା ମନ୍ଦିରରେ ଲାଗିଥିଲା । ପୁଣି ଥରେ ବାହୁଡ଼ାରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଥିଲା । ବାରମ୍ବାର ରଥ ବାମ ମୋଡ଼ ନେଉଥିବାରୁ ରଥ ଆଗକୁ ବଢ଼ି ପାରୁ ନ ଥିଲା । ତେବେ ଆଜି ରଥ ତୁଳସୀ କ୍ଷେତ୍ରରେ ଲାଗିବା ପରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ ଖେଳି ଯାଇଛି ।