ରିଲ୍ସ ପାଇଁ ବିପଦଜ୍ଜନକ ଷ୍ଟଣ୍ଟ କଲେ ନାବାଳକ । ଟ୍ରେନ ଆସୁଥିବା ବେଳେ ରେଳୱେ ଟ୍ରାକରେ ଶୋଇ କଲେ ଭିଡ଼ିଓ । ସ୍ୱଭାଗ୍ୟବଶତଃ ଦୁର୍ଘଟଣାରୁ ସେ ଅଳ୍ପକେ ବର୍ତ୍ତଯାଇଛନ୍ତି । ଏନେଇ ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି । ସେପଟେ ରେଳବାଇ ଆଇନ ୧୯୮୯ର ଧାରା ୧୫୩, ୧୪୫b), ଏବଂ ୧୪୭ ଅନୁଯାୟୀ ୨ ନାବାଳକଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରାଯାଇଛି।
ସୂଚନା ମୁତାବିକ ବୌଦ୍ଧ ଜିଲ୍ଲାର ବାଉଁସୁଣୀ ଥାନାଅଞ୍ଚଳର ଜଣେ ୧୨ ବର୍ଷୀୟ ନାବାଳକ ଏହି ବିପଦଜ୍ଜନକ ଷ୍ଟଣ୍ଟ କରୁଥିବା ବେଳେ ତାଙ୍କ ସାଙ୍ଗ ଏହି ଭିଡ଼ିଓ ସୁଟ୍ କରିଛନ୍ତି । ତେବେ ଏହା ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଚାରିଆଡ଼ୁ ତୀବ୍ର ପତିକ୍ରିୟା ଦେଖିବାକୁ ମିଳିଥିଲା । ଘଟଣା ପରେ ବଲାଙ୍ଗୀରରେ ରେଳ ସୁରକ୍ଷା ବଳ (ଆରପିଏଫ) ଦ୍ୱାରା ତୁରନ୍ତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ପୋଲିସ ସେମାନଙ୍କୁ ଅଟକ ରଖିବା ସହ ରେଳବାଇ ଆଇନ ୧୯୮୯ର ଧାରା ୧୫୩, ୧୪୫b), ଏବଂ ୧୪୭ ଅନୁଯାୟୀ ଉଭୟ ନାବାଳକଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରାଯାଇଛି। ଭବିଷ୍ୟତରେ କେହି ବି ଟ୍ରାକ ଉପରେ ଏଭଳି ଦୁଃସାହସିକ ବିପଦଜ୍ଜନକ ଷ୍ଟଣ୍ଟ ନ କରିବାକୁ ସର୍ତକ କରାଇଛି ପୂର୍ବତଟ ରେଳବାଇ ।