ଭୁବନେଶ୍ୱର: ନନ୍ଦନକାନନ ପାଇଁ ଖୁସି ଖବର । ନନ୍ଦନକାନନରେ ପୁଣି ଜନ୍ମ ନେଲେ ୧୧ ହଳଦିଆ ଆନାକୋଣ୍ଡା । ଗତ ୨୯ରେ ୭ଟି ଆନାକୋଣ୍ଡା ସାବକ ଜନ୍ମ ନେଇଥିବା ବେଳେ ଏକ ସପ୍ତାହ ପରେ ପୁଣି ୧୧ଟି ଶାବକ ଜନ୍ମ ଦେଇଛି । ତେବେ ନବଜାତ ୧୧ଟି ଆନାକୋଣ୍ଡା ସୁସ୍ଥ ରହିଛନ୍ତି । ଏହାକୁ ମିଶାଇ ନନ୍ଦନକାନନରେ ମୋଟ୨୫ଟି ହଳଦିଆ ଆନାକୋଣ୍ଡା ରହିଛନ୍ତି । ଏମାନଙ୍କ ମଧ୍ୟରେ ୨ଟି ଅଣ୍ଡିରା, ୨ଟି ମାଈ ଓ ୩ଟି ମଧ୍ୟମ ବୟସ୍କ ଥିବାବେଳେ ଲିଙ୍ଗ ଚିହ୍ନଟ ହୋଇ ନଥିବା ୧୮ଟି ଆନାକୋଣ୍ଡା ଥିବା ନେଇ ନନ୍ଦନକାନନର ଉପନିର୍ଦ୍ଦେଶକ ସୂଚ଼ନା ଦେଇଛନ୍ତି ।
ସେପଟେ ନିକଟରେ ଦୀର୍ଘ ୩୩ ବର୍ଷ ପରେ ବିରଳ ପ୍ରଜାତିର ସବୁଜ ଇଗୁଆନ ଜନ୍ମ ହୋଇଥିଲା । ଏହାକୁ ମିଶାଇ ନନ୍ଦନକାନନରେ ଇଗୁଆନ ସଂଖ୍ୟା ୧୭ରେ ପହଂଚିଛି । ୩ଟି ଶାବକ ସୁସ୍ଥ ଥିବା ବେଳେ ସେମାନଙ୍କୁ ସରୀସୃପ ଉଦ୍ୟାନର ଖୁଆଡ଼ରେ ସ୍ଵତନ୍ତ୍ର ଯତ୍ନ ନିଆଯାଉଛି । ଅନ୍ୟ ଦୁଇଟି ଶାବକଙ୍କୁ ଶିଶୁ ଲାଳନପାଳନ କେନ୍ଦ୍ରରେ ରଖାଯାଇଛି।