ସୋର: ଗତକାଲି ବିଳମ୍ବିତ ରାତିରେ ଏଟିଏମ୍ରୁ ଟଙ୍କା ଲୁଟ୍ କଲେ ଦୁର୍ବୃତ୍ତ । ଏପରି ଏକ ଘଟଣା ବାଗୁଡ଼ି ଯୋଡ଼ାମ୍ବ ଛକ SBI ଏଟିଏମ୍ ରେ ଘଟିଛି । ଦୁର୍ବୃତ୍ତମାନେ ସିସିଟିଭି କ୍ୟାମେରାରେ କଳା ରଙ୍ଗ ସ୍ପ୍ରେ କରି ଗ୍ୟାସ୍ କଟର ସାହାଯ୍ୟରେ ଏଟିଏମ୍ ତାଡ଼ି ଟଙ୍କା ଲୁଟ୍ କରିଛନ୍ତି ବୋଲି ସୂଚନା ମିଳିଛି । ଅତି ଚତୁରତାର ସହିତ ଦୁର୍ବୃତ୍ତମାନେ ଚୋରି କରି ଏଟିଏମ୍ ସଟର ଟାଣି ଫେରାର ହୋଇଯାଇଥିଲେ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।
ଏ ଖବର ସ୍ଥାନୀୟ ଲୋକେ ଜାଣିବା ପରେ ସୋର ପୋଲିସକୁ ଖବର ଦେଇଥିଲେ । ଖବର ପାଇ, ସୋର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଏଟିଏମ୍ ରେ କେତେ ଟଙ୍କା ଥିଲା ଓ କେତେ ଟଙ୍କା ଚୋରି ହୋଇଛି । ତାହା ଜଣାପଡିନାହିଁ । ପୋଲିସର ତଦନ୍ତ ପରେ ତାହା ସ୍ପଷ୍ଟ ହେବ।