କେନ୍ଦ୍ରାପଡ଼ା: ରଥଯାତ୍ରା ଭଳି ବାହୁଡ଼ା ଯାତ୍ରାରେ କେନ୍ଦ୍ରାପଡ଼ା ବଳଦେବଜୀଉ ମନ୍ଦିରର ରଥଟଣା ବିଭ୍ରାଟ ପୁନରାବୃତ୍ତି ହୋଇଛି । ତିନି ଦିନ ହେଲାଣି ମନ୍ଦିରରେ ପହଁଚିପାରୁନି ବ୍ରହ୍ମତାଳଧ୍ୱଜ ରଥ । ବାରମ୍ବାର ରଥ ମୋଡ଼ ନେଉଥିବା ରଥ ଟଣା ବାଧାପ୍ରାପ୍ତ ହେଉଛି । ଆଜି ତୃତୀୟ ଦିନରେ ରଥ ଟଣା ହେବାର ରହିଛି ।
ଶ୍ରୀଗୁଣ୍ଡିଚାରେ ରଥ ଟଣା ସୁରୁଖୁରେ ହୋଇ ନ ଥିଲା । ରଥଯାତ୍ରାର ଚତୁର୍ଥ ଦିନରେ ବ୍ରହ୍ମତାଳଧ୍ୱଜ ମାଉସୀ ମା ମନ୍ଦିରରେ ଲାଗିଥିଲା । ପୁଣି ଥରେ ବାହୁଡ଼ାରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଛି । ବାରମ୍ବାର ରଥ ମୋଡ଼ ନେଉଥିବା ରଥ ଆଗକୁ ବଢ଼ି ପାରୁ ନାହିଁ । ଗତକାଲି ଦ୍ୱିତୀୟ ଦିନରେ ସମାନ ଘଟଣା ଘଟିଥିଲା । ମାତ୍ର ତିନି ଶହ ମିଟର ଆଗକୁ ବଢ଼ି ପାରିଥିଲା ରଥ । ରେଳ ବିଭାଗ ପକ୍ଷରୁ ମେସିନ ସାହାଯ୍ୟରେ ରଥ ଟାଣିବାକୁ ବାରମ୍ବାର ଚେଷ୍ଟା କରାଯାଉଛି । ସେପଟେ ମହାରଣା ସେବକମାନେ ଚେନ୍ ପୁଲିଂ ସାହାଯ୍ୟରେ ରଥ ଟାଣିବାକୁ ଉଦ୍ୟମ ଜାରି ରଖିଛନ୍ତି । ସେପଟେ ବାରମ୍ବାର ରଥଟଣା ବାଧାପ୍ରାପ୍ତକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୁଷ୍ଟ ପ୍ରକାଶ ପାଇଛି ।