ସୁବର୍ଣ୍ଣପୁର: ଗତକାଲି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳରେ ରଥ ଟାଣିବା ସମୟରେ ଠେଲା ପେଲାରେ ଚାରି ଜଣ ନାବାଳକ ଆହାତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଜଣ ଗୁରୁତର ଆହାତ ହୋଇଥିବା ବେଳେ ଆଉ ତିନି ଜଣ ଆହାତ ହୋଇଥିଲେ । ତେବେ ଗୁରୁତର ଆହାତ ହୋଇଥିବା ନାବାଳକ ଜଣକଙ୍କର ଆଜି ମୃତ୍ୟୁ ଘଟିଛି ।
ସୂଚନା ଅନୁସାରେ,ବାହୁଡା ଯାତ୍ରାରେ ବଳଭଦ୍ର ଓ ସୁଭଦ୍ରାଙ୍କ ରଥ ଟଣା ଚାଲିଥିବା । ଆଉ ଠିକ୍ ଏତିକି ବେଳେ ମହାପ୍ରଭୁଙ୍କ ବାହୁଡା଼ଯାତ୍ରା ଦେଖିବା ପାଇଁ କଂସାରୀପଡାର ୩ ଜଣ ,ନୂଆପଡାର ଜଣେ ନାବାଳକ ରଥତଳେ ଠେଲା ପେଲାରେ ଚାପିହୋଇ ଯାଇଥିଲେ । ଫଳରେ ଜଣେ ନାବାଳକ ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥାନ୍ତାନ୍ତରିତ କରାଯାଇଥିଲା । ଆଉ ଆଜି ଉକ୍ତ ନାବାଳକଙ୍କ ମୃତ୍ୟୁ ହୋଇଯାଇଛି ।