କଟକ: ଗନ୍ଧମାର୍ଦ୍ଦନ ଲୋଡ଼ିଂ ଏଜେନ୍ସି ଦୁର୍ନୀତି ମାମଲାରେ ମୁଖ୍ୟ ଅଭିଯୁକ୍ତ ତଥା ବିଜେଡ଼ି ନେତା ରାଜା ଚକ୍ରଙ୍କୁ ଆଉ ଏକ ଝଟକା ଲାଗିଛି । ରାଜାଙ୍କ ଜାମିନ ଆବେଦନ ଖାରଜ ହୋଇଛି । ହାଇକୋର୍ଟ ରାଜାଙ୍କ ଜାମିନକୁ ଶୁକ୍ରବାର ଖାରଜ କରିଛନ୍ତି । ଏହା ସହିତ ଅନ୍ୟତମ ଅଭିଯୁକ୍ତ ସୁଶାନ୍ତ ସାମଲଙ୍କ ଜାମିନ ନାମଞ୍ଜୁର ହୋଇଛି । 
କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲୋଡ଼ିଂ ଏଜେନ୍ସି ରାଜା ଚକ୍ରଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା। ପାରିପାର୍ଶ୍ୱିକ ଉନ୍ନତି, ଶ୍ରମିକଙ୍କ ପାଉଣା ବାବଦକୁ କୋଟି କୋଟି ଟଙ୍କା ହେରଫେର ହୋଇଥିଲା । ୪ ବର୍ଷରେ ଗାଁ ଲୋକଙ୍କୁ ରାଜା ୩୩ କୋଟି ଟଙ୍କା ବାଣ୍ଟିଥିବା ତଦନ୍ତରୁ ଜଣାପଡ଼ିଥିଲା । ମା’ କାଳୀ ନାମକ ଏକ ପେଟ୍ରୋଲ ପମ୍ପକୁ ୯.୧ କୋଟି ଟଙ୍କା ପ୍ରଦାନ କରାଯାଇଛି । ପୂର୍ବରୁ ମଧ୍ୟ ହାଇକୋର୍ଟ ରାଜାଙ୍କ ଜାମିନ ଆବେଦନକୁ ଖାରଜ କରିଥିଲେ । ଏହା ସହିତ ରାଜାଙ୍କୁ ମିଳୁଥିବା ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ଉଠାଇ ଦେଇଥିଲେ । ଅନ୍ୟତମ ମାନସରଞ୍ଜନ ବାରିକ ଏବଂ ଉତ୍କଳ ଦାସ ମଧ୍ୟ ଗିରଫ ହୋଇଥିଲେ ।