ଭୁବନେଶ୍ୱର: ମାର୍ଚ୍ଚ ଶେଷ ହେବା ପୂର୍ବରୁ ହିଁ ରାଜ୍ୟରେ କଲବଲ କଲାଣି ଖରା। ଦିନ ତାପମାତ୍ରା ବଢୁଛି। ଆଗକୁ ତାତି ଆହୁରି ବଢ଼ିପାରେ। ଆସନ୍ତା ତିନି ଦିନରେ ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଅର୍ଥାତ୍ ଆଗକୁ ଆଉ ଜୋରଦାର ତାତି ଅନୁଭୂତ ହେବ।
ଖରାରେ ଜଳୁଛି ଦିନ, ରାତିରେ ମଧ୍ୟ ମିଳୁନି ଆଶ୍ଵସ୍ତି
ରାଜ୍ୟର ବିଭିନ୍ନ ସହରରେ ଦିନରେ ତାପମାତ୍ରା ଉଚ୍ଚ ସ୍ତରକୁ ପହଞ୍ଚୁଥିବାବେଳେ, ଲୋକମାନେ ତାପଘାତ ଭୟରେ ଦିନକୁ ଦିନ ସତର୍କ ହେଉଛନ୍ତି।
ତାତି ମଧ୍ୟରେ କାଳବୈଶାଖୀର ଏଣ୍ଟ୍ରି
ଖରା ବଢୁଥିଲେ ମଧ୍ୟ ରାଜ୍ୟର ବିକ୍ଷିପ୍ତ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ଆଶଙ୍କା ଅଛି। ମାର୍ଚ୍ଚ ୨୭ ତାରିଖ ସକାଳ ଠାରୁ ୨୮ ତାରିଖ ସକାଳ ସୁଦ୍ଧା ଝଡ଼, ବଜ୍ରପାତ ଏବଂ ପବନର ସମ୍ଭାବନା ନେଇ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
ଆଜି କେଉଁଠି ବର୍ଷା?
ବାଲେଶ୍ୱର, ଭଦ୍ରକ, ଗଜପତି, ଗଞ୍ଜାମ, ମାଲକାନଗିରି, ରାୟଗଡ଼ା ଓ କୋରାପୁଟର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ଆଶଙ୍କା ରହିଛି।
ୟେଲୋ ୱାର୍ଣ୍ଣିଂ: ୧୫ ଜିଲ୍ଲାକୁ ସତର୍କ
୨୬ ତାରିଖରେ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା ଥିବା ବେଳେ ୨୭ ତାରିଖରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ଆଶଙ୍କା ଅଛି। ମାର୍ଚ୍ଚ ୨୭ ସକାଳରୁ ୨୮ ସକାଳ ପର୍ଯ୍ୟନ୍ତ ୧୫ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହି ସମୟରେ ଝଡ଼, ବଜ୍ରପାତ ସହ ୪୦ରୁ ୫୦ କି.ମି. ବେଗରେ ପବନ ବହିପାରେ।
ଦିନରେ ତାତି ଓ ସନ୍ଧ୍ୟାରେ ଝଡ଼
ଏବେ ଡବଲ୍ ମୁଡ୍ରେ ରହିଛି ଓଡ଼ିଶାର ପାଣିପାଗ। ତେଣୁ ଖରାରୁ ସତର୍କ ରହିବ ସହ କାଳବୈଶାଖୀ ପ୍ରଭାରେ ଆସୁଥିବା ଝଡ଼କୁ ନେଇ ମଧ୍ୟ ସତର୍କ କରାଇଛି ପାଣିପାଗ ବିଭାଗ।