ଭୁବନେଶ୍ୱର: ଶୂନ୍ୟକାଳରେ ବିରୋଧୀଙ୍କୁ କଡ଼ା ଟାର୍ଗେଟ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ମନ୍ତ୍ରୀ କହିଛନ୍ତି, ବିରୋଧୀଙ୍କ ହଙ୍ଗାମା ଯୋଗୁଁ ନଷ୍ଟ ହେଲାଣି ୧୨ କୋଟି ରାଜସ୍ୱ। ସାଧାରଣ ଲୋକଙ୍କ ରାଜକୋଷରେ ଅର୍ଥରେ ବିଧାନସଭା ଚାଲିଛି। ପ୍ରତିଦିନ ଏଥିପାଇଁ ପ୍ରାୟ ୬୮ରୁ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ହେଲେ ବିରୋଧୀଙ୍କ ହଙ୍ଗାମା କରି ଗୃହକୁ ସୁରୁଖୁରୁରେ ଚାଲିବାକୁ ଦେଉନାହାନ୍ତି ୨୪ ବର୍ଷ ଶାସନ କରିଥିବା ଦଳ ବିଧି ବ୍ୟବସ୍ଥା ପାଳନ ନକରିବା ଦୁର୍ଭାଗ୍ୟଜନକ ବୋଲି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।
ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ଗୃହ କାର୍ଯ୍ୟ ସୁରୁଖୁରୁରେ ଚାଲିପାରିନାହିଁ। ପ୍ରଶ୍ନକାଳ ହଟ୍ଟଗୋଳ ପାଇଁ ବାଚସ୍ପତି ବାରମ୍ବାର ବାରମ୍ବାର ଗୃହକୁ ମୁଲତବୀ କରି ଆସୁଛନ୍ତି। ହାତରେ ପ୍ଲାକାର୍ଡ, କଳା ସାର୍ଟ ପିନ୍ଧି ବାଚସ୍ପତିଙ୍କ ପୋଡିୟମ ନିକଟକୁ ଆସି ହୋହଲ୍ଲା କରିଥିଲେ। ଧାନ କିଣା ନାଁରେ ପ୍ରଥମେ ବିରୋଧୀ ବିଧାନସଭା ବନ୍ଦ କରିଲେ। କୌଣସି ଚାଷୀ ଆପଣଙ୍କ ସହ ନଥିଲେ। ଏବେ ଏସସିବି ଦୁର୍ଘଟଣା ପରେ ମୁଖ୍ୟମନ୍ତ୍ରୀ ପହଂଚି ଥିଲେ। କୌଣସି ଦୁର୍ଘଟଣା ସ୍ଥଳକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଯିବାକୁ ପସନ୍ଦ କରୁନଥିଲେ। ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦେଶ ଦିଆଗଲା । ଗୋଟିଏ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ ଗଠନ କରାଗଲା। ଯିଏ ଦୋଷୀ ତାଙ୍କ ଉପର ଆକ୍ସନ ବି ହେଲା।
ଇତିଶ୍ରୀ , ବେବିନା, ମାଧବୀଲତା, ମାହାଙ୍ଗା ହତ୍ୟାକାଣ୍ଡ ଘଟଣାରେ ପୂର୍ବତନ ଗୃହ ମନ୍ତ୍ରୀ ଇସ୍ତଫା ଦେଇଥିଲେ କି ? ସାକ୍ଷୀଙ୍କୁ ହତ୍ୟା କରା ଯାଇଥିଲା। ଜଣେ ମନ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରାଗଲା ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇଥିଲେ କି?
ଦୁଇ ଦିନ ତଳେ ମୁଖ୍ୟମନ୍ତ୍ରୀ ବିରୋଧୀ ଦଳ ନେତାଙ୍କୁ ଅନୁରୋଧ ବିଧାନସଭାକୁ ଚଳାଇ ଦେବା ପାଇଁ, ହେଲେ କୌଣସି ଉତ୍ତର ଆସି ନ ଥିଲା। ବିରୋଧୀଙ୍କ ଡର କଣ ପାଇଁ ବୋଲି ସେ ପ୍ରଶ୍ନ କରିଛନ୍ତି। ବାଚସ୍ପତି ସୁରମା ପାଢୀ ବାରମ୍ବାର ବିରୋଧୀଙ୍କୁ ପ୍ରଶ୍ନ କାଳରେ ସହଯୋଗ କରିବା ପାଇଁ ସହମତି ଲୋଡିଥିଲେ ମଧ୍ୟ କାହା କଥା ଶୁଣିନଥିଲେ। ସମାନ ଢଙ୍ଗରେ, ପ୍ରତୀକାତ୍ମକ ଭାବେ ପ୍ରତିବାଦ ଜାରି ରଖିଥିଲେ ଉଭୟ କଂଗ୍ରେସ ଓ ବିଜେଡି। ତେବେ ବଡ କଥା ହେଉଛି ଗୃହ ଚାଲିବାକୁ ସହଯୋଗ କଲେ ସାଧାରଣ ଜନତାଙ୍କ ସମସ୍ୟା ଦୂର ହେବ କିପରି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।