ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ୍ ବିଧାୟକ ରମାକାନ୍ତ ଭୋଇ । ସେ କହିଛନ୍ତି ଯେ ରାଜ୍ୟସଭାକୁ ଯିବାକୁ ଦିଲ୍ଲୀପ ରାୟ ଯୋଗ୍ୟ ପ୍ରାର୍ଥୀ ଥିଲେ । ପୂର୍ବରୁ ମଧ୍ୟ ବିଜେଡ଼ି ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ କରିଥିଲା । ସେହିପରି ଡାକ୍ତର ଦତ୍ତେଶ୍ୱର ହୋତା ଏବଂ ଦିଲ୍ଲୀପଙ୍କ ମଧ୍ୟରେ ଦିଲ୍ଲୀପ ସଠିକ୍ ପ୍ରାର୍ଥୀ । ସେ କୌଣସି ଭୁଲ ନିଷ୍ପତ୍ତି ନେଇ ନାହାଁନ୍ତି ବୋଲି କହିଛନ୍ତି ରମାକାନ୍ତ ।
ରମାକାନ୍ତ ଆହୁରି କହିଛନ୍ତି, ସେ କୌଣସି ଘୋଡ଼ା ବେପାରରେ ସାମିଲ ହୋଇ ନାହାଁନ୍ତି । ଓଡ଼ିଶାର ବିକାଶ ପାଇଁ ସେ ଏହି ନିଷ୍ପତ୍ତି ନେଇଛନ୍ତି । ଯଦି ଘୋଡ଼ା ବେପାରରେ ସାମିଲ ହୋଇଥାଆନ୍ତେ ତାହା ହେଲେ ଘୋଡ଼ାକୁ କିଣି ଘରେ ଲୁଚେଇକି ରଖିଥାଆନ୍ତି । କିନ୍ତୁ ସେ ପୂର୍ବରୁ ଯେମିତି ସମସ୍ତ କାର୍ଯ୍ୟକ୍ରମରେ ଯୋଗ ଦେଉଥିଲେ ଆଜି ମଧ୍ୟ ଖୋଲାଖୋଲି ବୁଲୁଛନ୍ତି ଏବଂ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି ବୋଲି କହିଛନ୍ତି ।