ନୂଆଦିଲ୍ଲୀ: ଏଲପିଜି ସିଲିଣ୍ଡର ରିଫିଲିଂ ବୁକିଂ ନିୟମରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ତେଣୁ ସାମାଜିକ ଗଣମାଧ୍ୟମରେ ଆସୁଥିବା କୌଣସି ଗୁଜବକୁ ବିଶ୍ୱାସ ନ କରିବାକୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରାଳୟ ସ୍ପଷ୍ଟ କରିଛି ।
କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରାଳୟ ଯୁଗ୍ମ ସଚିବ ସୁଜାତା ଶର୍ମା ସାମ୍ବାଦିକ ସମ୍ମିଳନୀରେ ଏଲପିଜିକୁ ନେଇ ଲାଗି ରହିଥିବା ଗୁଜବ ଏବଂ ଦ୍ୱନ୍ଦ୍ୱକୁ ଦୂର କରିଛନ୍ତି । ଯୁଗ୍ମ ସଚିବ ସ୍ପଷ୍ଟ କରିଛନ୍ତି ପୂର୍ବ ନିର୍ଦ୍ଦାରିତ ଏଲପିଜି ରିଫିଲିଂ ନିୟମରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ଅର୍ଥାତ ୨୫ ଦିନ ପରେ ଜଣେ ଗ୍ରାହକ ରିଫିଲିଂ କରିପାରିବେ । ତେବେ ଏହି ନିୟମ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ପାଇଁ ଭିନ୍ନ ରହିଛି । ସହରାଞ୍ଚଳ ଗ୍ରାହକମାନେ ୨୫ ଦିନ ଏବଂ ଗ୍ରାମାଞ୍ଚଳରେ ୪୫ ଦିନ ପରେ ବୁକିଂ କରିପାରିବେ । ତେଣୁ କୌଣସି ଗୁଜବକୁ ବିଶ୍ୱାସ ନ କରିବାକୁ ସମସ୍ତ ଗ୍ରାହକଙ୍କୁ ମନ୍ତ୍ରାଳୟ ପରାମର୍ଶ ଦେଇଛି ।
ପୂର୍ବରୁ ସୋସିଆଲ୍ ମିଡ଼ିଆରେ ଗୁଜବ ପ୍ରସାରିତ ହେଉଥିଲା ଯେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଗ୍ରାହକମାନେ ୪୫ ଦିନ ଏବଂ ଅଣ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଗ୍ରାହକମାନେ ୨୫ ଦିନରେ ଏବଂ ଯେଉଁମାନଙ୍କର ଦୁଇଟି ସିଲିଣ୍ଡର ରହିଛି ସେମାନେ ୩୫ ଦିନରେ ବୁକିଂ କରିପାରିବେ । ଯାହାକି ଏକ ଗୁଜବ ଅଟେ ।