ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା, ସୈନ୍ୟ ସଙ୍କଟ ଓ ବୈଶ୍ୱିକ ପ୍ରଭାବକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ମାର୍ଚ୍ଚ ୨୫ରେ ଏକ ଗୁରୁତ୍ୱପୂର୍ଣ୍ଣ ସର୍ବଦଳୀୟ ବୈଠକ ଡକାଇଛନ୍ତି । ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଦେଶର ସମସ୍ତ ରାଜନୈତିକ ଦଳକୁ ସାଂପ୍ରତିକ ସ୍ଥିତି ବିଷୟରେ ଅବଗତ କରାଇବା ଏବଂ ଅନ୍ତର୍ଜାତୀୟ ସଙ୍କଟ ଉପରେ ଏକ ରାଷ୍ଟ୍ରୀୟ ସହମତି ପ୍ରକାଶ ପ୍ରକାଶ ପାଉ । ଏହି ବୈଠକ ଆଜି ସନ୍ଧ୍ୟା ୫ଟାରେ ସଂସଦ ଭବନ ପରିସରରେ ଆୟୋଜିତ ହେବ ।
ଏହି ବୈଠକର ଅଧ୍ୟକ୍ଷତା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଦ୍ୱାରା କରାଯିବାର ସମ୍ଭାବନା ରହିଛି । ଏଥିରେ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର, ଗୃହ ମନ୍ତ୍ରୀ ଅମିତ ଶାହ ଓ ସଂସଦୀୟ କାର୍ଯ୍ୟ ମନ୍ତ୍ରୀ କିରେନ ରିଜିଜୁ ସହିତ ଅନ୍ୟ ବରିଷ୍ଠ ମନ୍ତ୍ରୀ ଉପସ୍ଥିତ ରହିବେ । ସବୁ ରାଜନୈତିକ ଦଳର ଗୃହର ନେତାଙ୍କୁ ଆମନ୍ତ୍ରିତ କରାଯାଇଛି । ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୋଧହୁଏ ଏହି ବୈଠକରେ ସାମିଲ ହେବେ ନାହିଁ । ରାହୁଲ ଗାନ୍ଧୀ ଆଜି ନିଜର ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ କେରଳ ଯିବାର ଥିଲା । ହେଲେ ତାଙ୍କ ମାଆ ସୋନିଆ ଗାନ୍ଧୀଙ୍କ ଗତରାତିରେ ଅଚାନକ ସ୍ୱାସ୍ଥ୍ୟ ବିଗିଡିବା ପରେ ସେ ନିଜର କେରଳ ଗସ୍ତ ରଦ୍ଦ କରିଛନ୍ତି ।
କଂଗ୍ରେସ କଲା ବଡ ଦାବି
କେନ୍ଦ୍ର ସରକାର ଦ୍ୱାରା ଆହୂତ ସର୍ବଦଳୀୟ ବୈଠକକୁ ନେଇ ବିରୋଧୀ ଦଳ କଡା ଆଭିମୁଖ୍ୟ ଆପଣେଇଛନ୍ତି । କଂଗ୍ରେସ ଓ ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସିପିଆଇ)ର ନେତା ଦାବି କରିଛନ୍ତି ଯେ, ଏହି ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହିବା ଉଚିତ୍ । କଂଗ୍ରେସର ସାଂସଦ ଅମରିନ୍ଦର ସିଂ ରାଜା ବଣ୍ଡିଙ୍ଗ ସରକାରଙ୍କ ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ, ଏହି ବୈଠକ କେବଳ ନାମକୁ ମାତ୍ର ଡକାଯାଇଛି । ଯଦି ସରକାର ଏହି ପ୍ରସଙ୍ଗରେ ଗମ୍ଭୀର ତେବେ ପ୍ରଧାନମନ୍ତ୍ରୀ ଖୋଦ୍ ଏହି ବୈଠକରେ ଯୋଗ ଦିଅନ୍ତୁ ।
Also Read: ପାକିସ୍ତାନ ଜାହାକୁ ହର୍ମୁଜ ଅତିକ୍ରମ ପାଇଁ ମିଳିଲାନି ଅନୁମତି, ଫେରାଇ ଦେଲା ଇରାନ