ନୂଆଦିଲ୍ଲୀ: ଆମେରିକା ଇସାରାରେ ମଧ୍ୟାପ୍ରାଚ୍ୟରେ ବୁଝାମଣାର ସ୍କ୍ରିପ୍ଟ ଲେଖୁଥିବା ପାକିସ୍ତାନକୁ ଇରନ ଦେଇଛି ବଡ ଝଟକା । ଇରାନ ତଟରୁ କରାଚି ଅଭିମୁଖେ ଆସୁଥିବା ଜାହାଜ ସେଲନକୁ ହର୍ମୁଜରେ ଅଟକାଇ ଦିଆଯାଇଛି । ଫଳରେ ଜାହାଜକୁ ପୁଣି ଥରେ ଇରାନ ବନ୍ଦରକୁ ଫେରିବାକୁ ପଡିଛି । ଇରାନ ଅଧିକାରୀଙ୍କ କହିବା କଥା ଜାହାକୁ ହର୍ମୁଜ ଅତିକ୍ରମ କରିବା ପାଇଁ ଅନୁମତି ଦିଆଯାଇ ନ ଥିଲା । ଏହି କାରଣରୁ ଜାହାଜକୁ ଫେରାଇ ଦିଆଯାଇଛି ।
ଋିପୋର୍ଟ ମୁତାବକ ଏହି ଜାହାଜ ୟୁଏଇରୁ ପାକିସ୍ତାନର କରାଚି ଅଭିମୁଖେ ଆସୁଥିଲା । ପାକିସ୍ତାନ ସରକାର ଏହି ଘଟଣାରେ କାହାକୁ କିଛି ଅବଗତ କରି ନ ଥିଲା । ୟୁଏଇ ପକ୍ଷରୁ ମଧ୍ୟ କୌଣସି ପ୍ରତିକ୍ରିୟା ଆସିନାହିଁ । କାବୁଲ ସ୍ଥିତ ଇରାନ ଦୂତାବାସର ବୟାନ ମୁତାବକ ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ ପାକିସ୍ତାନର ଏହି ଜାହାଜକୁ ପୁଣି ଥରେ ୟୁଏଇ ପଠାଇ ଦେଇଛି ।
୬୮୫୦ ଟନ ସାମାନ
ପାକିସ୍ତାନର ଏହି ଜାହାଜରେ ୬୮୫୦ ଟନ ସାମାନ ନେଇ ଯାଉଥିଲା । ୟୁଏଇର ସାରଜାରେ ଜାହାଜରେ ସାମାନ ଭର୍ତ୍ତି କରାଯାଇଥିଲା । ଏହା ଓମାନ ରାସ୍ତା ଦେଇ ହର୍ମୁଜ ଅତିକ୍ରମ କରୁଥିଲା । ମାତ୍ର ଆଇଆରଜିସି ଯେମିତି କଣ୍ଟେନର ଜାହାଜକୁ ଚେତାବନୀ ଦେଲା, ଜାହାଜ ନିଜର ରାସ୍ତା ବଦଳାଇ ଦେଇଥିଲା । ତେବେ ଏହି ଜାହାଜରେ କେଉଁ ପ୍ରକାରର ସାମଗ୍ରୀ ଲଦା ଯାଇଛି ତାହା ସ୍ପଷ୍ଟ ଜଣା ପଡିନି ।
ଇରାନ ଏ ପର୍ଯ୍ୟନ୍ତ ଅନେକ ପାକିସ୍ତାନ ଜାହାକୁ ହର୍ମୁଜ ଅତିକ୍ରମ କରିବାକୁ ଅନୁମତି ଦେଇଛି । ହେଲେ ଅଚାନକ ସେଲନ ଜାହାଜକୁ ଅନୁମତି ନ ଦେବା ସଭିଙ୍କୁ ଚକିତ କରିଛି । ଏହି ପୁଣି ସେହି ସମୟରେ ଘଟିଛି ଯେତେବେଳେ ପାକସ୍ତାନ ଇରାନ ଓ ଆମେରିକା ମଧ୍ୟରେ ମଧ୍ୟସ୍ଥତା କରିବା ପାଇଁ ଯଥା ସମ୍ଭବ ଉଦ୍ୟମ ଚଳାଇଛି । ଏପରିକି ଇସଲାମାବାଦରେ ଆମେରିକା ଓ ଇରାନ ମଧ୍ୟରେ ଶାନ୍ତି ବୁଝାମଣାକୁ ନେଇ ବୈଠକ ହୋଇପାରେ ।
Also Read: ଇରାନ ଉପରେ ଜୋରଦାର ଆକ୍ରମଣ କଲା ଇସ୍ରାଏଲ; ପରମାଣୁ କେନ୍ଦ୍ର ଉପରେ କ୍ଷେପଣାସ୍ତ୍ର ମାଡ଼