ଭୁବନେଶ୍ୱର: ଲାଞ୍ଚ ନେଇ ବନ୍ଧା ହେଲେ ଭୁବନେଶ୍ବର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କ ଅଫିସ୍ ଅଡିଟର ଅମ୍ବିକା ପ୍ରସାଦ ରଥ। ସର୍ଭିସ ଭେରିଫିକେସନ୍ ପାଇଁ ୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ବାବୁ। ଚଢାଉ ବେଳେ ତାଙ୍କ ଠାରୁ ପ୍ରାୟ ୨୯ ଲକ୍ଷ ଟଙ୍କା ଠାବ ହୋଇଛି ।
ସୂଚନା ମୁତାବିକ. କିଛିଦିନ ତଳେ ଖୋର୍ଦ୍ଧା ଡିଗ୍ରି କଲେଜ୍ର ଜଣେ କର୍ମଚାରୀଙ୍କୁ ଏମ୍ଏସିପି ଯୋଜନା ଅଧୀନରେ ସେବା ଯାଞ୍ଚ ଓ ପେ ଫିକ୍ସେସନ୍ ଠିକ କରି ଦରମା ଉଠାଇବା ପାଇଁ ୪ ହଜାର ଟଙ୍କା ଦାବି କରିଥିଲେ। ଟଙ୍କା ଦେଲେ ଯୋଜନାର ସୁବିଧା ମିଳିବ ବୋଲି କହିଥିଲେ। କର୍ମଚାରୀ ଜଣଙ୍କ ଘଟଣା ସମ୍ପର୍କରେ ଭିଜିଲାନ୍ସକୁ ଜଣାଇଥିଲେ। ପୂର୍ବ ଯୋଜନା ମୁତାବକ ଗତକାଲି ସନ୍ଧ୍ୟାରେ ଶ୍ରୀ ରଥ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରିଥିଲା।
ଏହାପରେ ଆୟବହିର୍ଭୂତ ସମ୍ପତି ଠୁଳ ଦିଗକୁ ନେଇ ଚଢ଼ାଉ କରାଯାଇଥିଲା। ରେଡ୍ ବେଳେ ତାଙ୍କ ଘର ଓ ଅଫିସରୁ ୨୮ ଲକ୍ଷ ୭୦ ହଜାର ଟଙ୍କା ଜବତ ହୋଇଛି। ଭୁବନେଶ୍ୱର ମଧୂସୁଦନ ନଗର ଘରୁ ୨୭ ଲକ୍ଷ ୪୨ହଡାର ଓ ଅଫିସ ଟେବୁଲ୍ ଟ୍ରୟରରୁ ମିଳିଛି ୧ଲକ୍ଷ ୨୮ ହଜାର କ୍ୟାସ୍। ଅନ୍ୟପଟେ ଭିଭିଲାନ୍ସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।