ପୁରୀ: ଶ୍ରୀମନ୍ଦିର ଚୌହଦୀ ଅଞ୍ଚଳରେ ରହିଛି ମୂଲ୍ୟବାନ ଧାତୁ। ଏମାର ମଠ ପାର୍ଶ୍ୱ ଅଞ୍ଚଳରେ ରହିଛି ସର୍ବାଧିକ ଭଗ୍ନାବଶେଷ। ରଥଖଳା ସିଂହଦ୍ୱାର ପାର୍ଶ୍ୱ ମାଟି ତଳରେ ଅନେକ ପ୍ରାଚୀନ ଭଗ୍ନାବଶେଷ ଓ ଦୁର୍ଲଭ ଧାତୁ ମିଳିଛି, ଯାହା ଶ୍ରୀମନ୍ଦିରର ଗୁପ୍ତ ଐତିହ୍ୟକୁ ସୂଚାଉଛି। ଗାନ୍ଧୀନଗର ଆଇଆଇଟି ଟିମ୍ର ଜିପିଆର୍ସ୍ ସର୍ଭେରୁ ଏଭଳି ଆର୍ଶଯ୍ୟଜନକ ସତ ଏବେ ସାମ୍ନାକୁ ଆସିଛି।
ତଥ୍ୟ ଅନୁଯାୟୀ, ମାଟିର ୦.୬ ମିଟରରୁ ୪.୮ ମିଟର ତଳରେ ପ୍ରାଚୀନ ଧାତୁ ଓ ଭଗ୍ନାବଶେଷ ସଂରକ୍ଷିତ ଅଛି। ରଥଖଳା ସିଂହଦ୍ୱାର ତଳରେ ୦.୬ରୁ ୨.୫ ମିଟର ତଳରେ ଧାତବ ସାମଗ୍ରୀ ମିଳିଛି। ଶ୍ରୀମନ୍ଦିର ଉତ୍ତର-ପୂର୍ବ ଅଞ୍ଚଳରେ ମାଟି ତଳରେ ପ୍ରାଚୀନ ପ୍ରାସାଦ, ସୁଡ଼ଙ୍ଗ ଓ ଜଳନିଷ୍କାସନ ପଥର ଚିହ୍ନ ମିଳିଛି। ଇଂରାଜୀ ‘ଟି’ ସଦୃଶ ଅବଶେଷ ସମୁଦ୍ର ପାଖରୁ ମିଳିଥିବା ଖବର ଆସିଛି। ଗାନ୍ଧୀନଗର ଆଇଆଇଟି ଟିମ୍ କରିଥିବା ଜିପିଆରଏସ୍ ସର୍ଭେରୁ ଏଭଳି ତଥ୍ୟ ଜଣାପଡିଛି।
ତଥ୍ୟରୁ ଜଣାପଡିଛି ଯେ, ଶ୍ରୀକ୍ଷେତ୍ରରେ ଇନ୍ଦ୍ରଦ୍ୟୁମ୍ନଙ୍କ କାଳରୁ ପ୍ରମାଣ ରହିଛି। ୭ଟି ମନ୍ଦିର ଭାଙ୍ଗିବା ପରେ ଅଷ୍ଟମ ମନ୍ଦିର ଭାବରେ ଶ୍ରୀମନ୍ଦିର ରହିଛି। ଚୋଡ଼ଗଙ୍ଗ ଦେବଙ୍କ କୋର୍ଟର ପ୍ରମାଣ ରହିଛି ବଡ଼ୁ ମହାପାତ୍ର ଜାଗାରେ। ଚୋଡ଼ଗଙ୍ଗ ଦେବଙ୍କ ପ୍ରତିମୂର୍ତ୍ତି, ପୋଖରୀ ମଧ୍ୟ ରହିଛି।
ସେହିପରି ଶ୍ରୀକ୍ଷେତ୍ରର ପଞ୍ଚ ମହାଦେବ ପ୍ରାୟ ୧୫ମିଟର ତଳେ ରହିଥିବା ବେଳେ ଅନେକ ଐତିହ୍ୟ କ୍ଷେତ୍ର ମାଟି ତଳେ ରହିଥିବାର ଆଶଙ୍କା କରୁଛନ୍ତି ଐତିହ୍ୟ ବିଶାରଦ। ବାଲିସ୍ତୁପ ଉପରେ ଶ୍ରୀମନ୍ଦିର ରହିଥିବାରୁ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର କରି ତର୍ଜମା କରିବା ସହ କୀର୍ତ୍ତିରାଜି ସଂରକ୍ଷଣ କରିବାର ଆବଶ୍ୟକତା ରହିଛି। ପ୍ରାଚୀନ କଳା, ଧାତୁ ଓ ସ୍ଥଳୀୟ ସ୍ଥାପତ୍ୟ କାଳକୁ ସୁରକ୍ଷିତ କରିବାର ଆବଶ୍ୟକତା ଅଛି। ଶ୍ରୀମନ୍ଦିର ଉପରେ ଥିବା ବାଲିସ୍ତୁପ ସହିତ ଏହି ଧାତୁ ଓ ଭଗ୍ନାବଶେଷ ସଂରକ୍ଷଣ କରିବା ଉଦ୍ୟମ ଚାଲିଛି।
ଏହି ଅନ୍ୱେଷଣ ଶ୍ରୀମନ୍ଦିରର ଐତିହ୍ୟକୁ ନୂତନ ଦୃଷ୍ଟିକୋଣ ଦେଉଛି ଓ ଏହା ପର୍ଯ୍ୟଟକ ଓ ଐତିହ୍ୟପ୍ରେମୀଙ୍କ ପାଇଁ ଆକର୍ଷଣ ହେବାକୁ ପ୍ରସ୍ତୁତ। ଶ୍ରୀମନ୍ଦିର ଉତ୍ତର-ପୂର୍ବ ଅଞ୍ଚଳରେ ପ୍ରାଚୀନ ପ୍ରାସାଦ, ସୁଡ଼ଙ୍ଗ ଓ ଜଳ ନିଷ୍କାସନ ପଥର ଚିହ୍ନ ମିଳିଛି। ଗୁପ୍ତ ଧନ ସହିତ ଏହି ସ୍ଥଳର ଐତିହ୍ୟ ସଂରକ୍ଷଣ ଓ ପର୍ଯ୍ୟଟନ ପାଇଁ ଅତ୍ୟଧିକ ମୂଲ୍ୟବାନ ଅଟେ।