ଭୁବନେଶ୍ୱର: ରାଜ୍ୟ ସରକାର ପ୍ରଶାସନିକ ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି । ୧୩ ଜଣ ଅଧିକାରୀଙ୍କର ବଦଳି ହୋଇଛି । ଏ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଇରଙ୍ଗପୁରର ତହସିଲଦାର ଥିବା ବିଶ୍ୱନାଥ ବିଶ୍ୱାଳ ମୟୁରଭଞ୍ଜ ଜିଲ୍ଲାର ଉପଜିଲ୍ଲାପାଳ ହୋଇଛନ୍ତି । ତାଙ୍କ ସ୍ଥାନରେ ଭବାନୀ ପ୍ରସାଦ ସାହୁ ରାଇରଙ୍ଗପୁରର ତହସିଲଦାର ଦାୟିତ୍ୱ ବହନ କରିଛନ୍ତି । ସମ୍ବଲପୁର ମହାନଗର ନିଗମର ଉପ-ଆୟୁକ୍ତ ହୋଇଛନ୍ତି ଜନ୍ମେଞ୍ଜୟ ବେହେରା । ସତ୍ୟବ୍ରତ ସାହୁ ଚମ୍ପୁଆର ତହସିଲଦାର, ଦେବାଶିଷ ଜେନା ମାଲକାନଗିରି ତହସିଲଦାର, ଶୁଭମ ଦାସ ମୋରଡ଼ା ତହସିଲଦାର, ମନମୋହନ ସାହୁ ରାଇଘର ତହସିଲଦାର, ଦେବାଶିଷ ସେଠୀ ବ୍ରହ୍ମଗିରି ତହସିଲଦାର, ସହଦେବ ସାହୁ କୃଷ୍ଣପ୍ରସାଦ ତହସିଲଦାର ଏବଂ ସୁଦର୍ଶନ ସାହୁ ଭଦ୍ରକ ଡିଏସ୍ଆର୍ ହୋଇଛନ୍ତି ।