ନୂଆଦିଲ୍ଲୀ: ଏକାଠି ହୋଇଯାଇଛନ୍ତି ଦୁଇ ପ୍ରତିଦ୍ୱନ୍ଦୀ । ବାଲେଶ୍ୱର ଦୁଇ ଟାଣୁଆ ନେତା ପ୍ରତାପ ଷଡ଼ଙ୍ଗୀ ଏବଂ ରବୀନ୍ଦ୍ର ଜେନାଙ୍କୁ ଏକାଠି ଦେଖିବାକୁ ମିଳିଛି । ନୂଆ କରି ବିଜେପିରେ ଯୋଗ ଦେଇଥିବା ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଭେଟିଛନ୍ତି । ରବୀନ୍ଦ୍ର ନିଜେ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି ।
ରବୀନ୍ଦ୍ର ନୂଆଦିଲ୍ଲୀଠାରେ ବାଲେଶ୍ୱରର ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ଭେଟିଥିବା କହିଛନ୍ତି । ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ଥିବା କହିଛନ୍ତି । ସେହିପରି କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଆଲ ଓରାମ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହି ଅବସରରେ ଉତ୍ତର ଓଡ଼ିଶାର ଜନଜାତି ଭାଇଭଉଣୀମାନଙ୍କ ବିକାଶ ନିମନ୍ତେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସୁଫଳ ସେମାନଙ୍କ ପାଖରେ ପହଞ୍ଚାଇବା ପାଇଁ ପଦକ୍ଷେପ ନେବାକୁ ମାନ୍ୟବର ମନ୍ତ୍ରୀଙ୍କୁ ଅନୁରୋଧ କରିଥିବା କହିଛନ୍ତି ।
ରବୀନ୍ଦ୍ର ଜେନା ବିଜେପିରେ ଯୋଗ ଦେବା ପରେ ପ୍ରତାପ ଷଡ଼ଙ୍ଗୀ ପ୍ରବଳ ଅସନ୍ତୋଷ ଝାଡ଼ିଥିଲେ । ତାଙ୍କୁ ଏ ବିଷୟରେ କିଛି ଜଣା ନଥିଲା କିମ୍ବା ତାଙ୍କଠାରୁ ଦଳ କୌଣସି ପରାମର୍ଶ ନେଇ ନଥିବା ସେ କହିଥିଲେ ।