ନୂଆଦିଲ୍ଲୀ: ସୁନା ଦରରେ ଏବେ ନିଆଁ ଲାଗିଛି । ସୁନା ଦେଖିଲେ କିଣିବାକୁ ଡରୁଛନ୍ତି ଗ୍ରାହକ । ରାତି ପାହିଲେ ହୁ ହୁ ହୋଇ ବଢୁଛି ସୁନା ମୂଲ୍ୟ । ଆଜି ପୁଣି ସାରା ଦେଶରେ ସୁନା ମୂଲ୍ୟ ଆକାଶ ଛୁଆଁ ହୋଇଛି । ସୁନା ସହ ରୁପା ମୂଲ୍ୟ ମଧ୍ୟ ବୃଦ୍ଧି ଘଟିଛି । ୟୁଏସ ଫେଡେରାଲ ରିଜର୍ଭ ସୁଧ ହାର ହ୍ରାସ କରିବା ପରେ ଏହି ମୂଲ୍ୟରେ ବୃଦ୍ଧି ଘଟିଛି ।
ଗୁଡ୍ ରିଟର୍ଣ୍ଣ ଓ୍ୱେବସାଇଟ୍ ଅନୁସାରେ ୨୪ କ୍ୟାରେଟ୍ ସୁନା ଦର ଗ୍ରାମ୍ ପିଛା ୧୩, ୮୧୨ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍ ସୁନା ଗ୍ରାମ୍ ପିଛା ରହିଛି ୧୨,୪୦୦ ଟଙ୍କା ଏବଂ ୧୮ କ୍ୟାରେଟ ସୁନା ଦର ୧୦୧୪୮ ଟଙ୍କା ରହିଛି । ଭୁବନେଶ୍ୱରରେ ଗ୍ରାମ୍ ପିଛା ୨୪ କ୍ୟାରେଟ୍ ସୁନାର ଦାମ ୧୩, ୮୫୫ଟଙ୍କା, ୨୨ କ୍ୟାରେଟ୍ ସୁନାର ଦାମ ୧୨, ୭୦୦ ଏବଂ ୧୮ କ୍ୟାରେଟ୍ ସୁନାର ଦାମ ୧୦, ୩୯୧ଟଙ୍କା ରହିଛି ।
ସେହିପରି ଆଜିର ରୁପାର ଦାମ ମଧ୍ୟ ଗତକାଲି ଅପେକ୍ଷା ଗ୍ରାମ ପିଛା ୪ଟଙ୍କା ଏବଂ କେଜି ପିଛା ୪୦୦ ଟଙ୍କା ବୃଦ୍ଧି ପାଇଛି । ରୁପା ମୂଲ୍ୟ ଗ୍ରାମ ପିଛା ୨୨୩ ଟଙ୍କା ରହିଥିବାବେଳେ କେଜି ପିଛା ୨ ଲକ୍ଷ ୨୩ ହଜାର ରହିଛି । ଭୁବନେଶ୍ୱରରେ ରୁପା ମୂଲ୍ୟ କିଲୋ ପିଛା ୨ ଲକ୍ଷ ୩୪ ହଜାର ରହିଛି ।
ମୁମ୍ବାଇରେ ରୁପା ଦର କେଜି ପିଛା ରହିଛି ୨ ଲକ୍ଷ ୧୯ ହଜାର ଟଙ୍କା । ଚଳିତ ବର୍ଷର ଆରମ୍ଭରୁ ଏବେସୁଦ୍ଧା ରୁପା ୧୭୦ ପ୍ରତିଶତ ବଢିଛି । ବଜାରରୁ କେନ୍ଦ୍ରୀୟ ବ୍ୟାଙ୍କ ସୁନା ଏବଂ ରୁପା କିଣିବା ସହ ଅଧିକ ଚାହିଦା ଥିବାରୁ ଦାମରେ ନିଆଁ ଲାଗିଛି ।