ଯାଜପୁର: ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜା ମନ୍ଦିରରେ ଅଣହିନ୍ଦୁ ପ୍ରବେଶକୁ ନେଇ ଉତ୍ତେଜନା । ମନ୍ଦିର ଭିତରେ ଜଣେ ହିନ୍ଦୁ ଯୁବତୀଙ୍କ ସହ ସଂଖ୍ୟା ଲଘୁ ଯୁବକ ପ୍ରବେଶ କରିବାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ନିକଟରେ ଥିବା ସାଇକେଲ ଷ୍ଟାଣ୍ଡ କର୍ମଚାରୀଙ୍କ ଫୋନ ପେ ରୁ ଯୁବକ ଜଣକ ସଂଖ୍ୟା ଲଘୁ ବୋଲି ଜାଣିବାକୁ ପାଇ ଥିଲେ। ପରେ ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା ।
ତେବେ ଯୁବକ ଜଣଙ୍କ ଇଜାପୁର ଅଞ୍ଚଳରେ ଏସ କେ ମସଗୁଲ ବୋଲି ଜଣାପଡିବାରୁ ମନ୍ଦିର ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଟାଉନ ପୁଲିସ ପହଂଚି ଉଭୟ ପୁଅ ଓ ଝିଅଙ୍କୁ ଟାଉନ ଥାନାରେ ଅଟକ ରଖି ପଚରାଉଚରା କରୁଛି ।