ମୟୂରଭଞ୍ଜ : ସ୍ତ୍ରୀକୁ ମାରିବାକୁ ସ୍ୱାମୀ ରଚିଲା ନାରକୀୟ କାଣ୍ଡ। ସ୍ତ୍ରୀ ଠାରୁ ଅଲଗା ହୋଇ ରହୁଥିବାରୁ ସ୍ତ୍ରୀ ଘରେ ନିଆଁ ଲଗାଇ ପୋଡି ମାରିବାକୁ କରିଲା ଉଦ୍ୟମ। ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଗୌଡ଼ଗାଁ କୁଆଗୋଠଣା ଗ୍ରାମରୁ ଆସିଛି ଏଭଳି ଏକ ଚିତ୍ର ।
ସୂଚନା ଅନୁଯାୟୀ ଉଦଳା ଥାନା ବାଉଁଶପାଳ ଅଞ୍ଚଳର ଶ୍ରଦ୍ଧାଞ୍ଜଳି ବାରିକ ଏବଂ ତାଙ୍କ ସ୍ୱାମୀ ମୃତ୍ୟୁଞ୍ଜୟ ବାରିକଙ୍କ ମଧ୍ୟରେ ପାରିବାରିକ ବିବାଦ କାରଣରୁ ଉଭୟ ଅନେକ ଦିନ ହେବ ଅଲଗା ରହୁଛନ୍ତି। କିନ୍ତୁ ରବିବାର ଶ୍ରଦ୍ଧାଞ୍ଜଳି ନିଜ ବାପ ଘରକୁ ଏକ ଶୁଦ୍ଧିକ୍ରିୟା କର୍ମ ନିମନ୍ତେ ଆସିଥିବା ବେଳେ ପଡିଶାଙ୍କ ନିକଟରୁ ଘରେ ନିଆଁ ଲାଗିଥିବା ଖବର ପାଇଥିଲେ। ନିଜ ଘରେ ପହଞ୍ଚି ଶୋଇବା ଘର ଝରକା ଭଙ୍ଗା ଯାଇ ପେଟ୍ରୋଲ ଢାଳି ନିଆଁ ଲଗାଇ ମାରିଦେବାକୁ ଉଦ୍ୟମ କରାଯାଇଥିବା ସେ ଜାଣିବାକୁ ପାଇଥିଲେ। ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ଶ୍ରଦ୍ଧାଞ୍ଜଳିଙ୍କ ସ୍ୱାମୀ ଏବଂ ଶ୍ୱଶୁର ଶ୍ୟାମ ସୁନ୍ଦର ବାରିକ ତାଙ୍କୁ ମାରିବାକୁ ଘରେ ନିଆଁ ଲଗାଇ ଦେଇଥିବା ଶ୍ରଦ୍ଧାଞ୍ଜଳି ଅଭିଯୋଗ କରିଛନ୍ତି । ପୂର୍ବରୁ ଅନେକ ବାର ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ଶ୍ୱଶୁର ଘର ଲୋକେ। ତେଣୁ ଆଜି ଏଭଳି କାଣ୍ଡ ଭିଆଇ ଥିବା ଶ୍ରଦ୍ଧାଞ୍ଜଳି କହିଛନ୍ତି।