କଟକ: ଆଜି ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ପ୍ରତିଷ୍ଠା ଦିବସ ପାଳନ କରୁଛି। କଟକ ବଜ୍ରକବାଟିସ୍ଥିତ ଏହି କାର୍ଯ୍ୟାଳୟରେ ପ୍ରତିଷ୍ଠା ଦିବସ ପାଇଁ ଅନେକ ସାଂସ୍କୃତିକ କର୍ଯ୍ୟକ୍ରମ ଆୟୋଜନ ହେବ। ତେବେ ମାଧ୍ୟମିକ ଶିକ୍ଷା ପରିଷଦରେ ପୂର୍ବ ଅପେକ୍ଷା ପରୀକ୍ଷା ପରିଚାଳନା ଦାୟିତ୍ଵ ବଢ଼ିଛି। ପୂର୍ବରୁ ମାଟ୍ରିକ୍ ସହ ୪/୫ଟି ପରୀକ୍ଷା ବୋର୍ଡ ପରିଚାଳନା କରୁଥିବା ଏବେ ପରୀକ୍ଷା ସଂଖ୍ୟା ବଢୁଛି।
କାର୍ଯ୍ୟଭାର ବଢ଼ିଥିଲେ ହେଁ ମାନବ ସମ୍ବଳର ବୃଦ୍ଧି ହେଉନାହିଁ। ଅବସର ପରେ ନିଯୁକ୍ତି ନାହିଁ। ବୋର୍ଡର ମୁଖ୍ୟ କାର୍ଯ୍ୟାଳୟଠାରୁ ଆରମ୍ଭ କରି ବାଲେଶ୍ଵର, ବାରିପଦା, ବ୍ରହ୍ମପୁର, ଜୟପୁର, ସମ୍ବଲପୁର ୬ ଟି ଯାକ ଅଞ୍ଚଳିକ କାର୍ଯ୍ୟାଳୟରେ କର୍ମଚାରୀ ଅଭାବ ରହିଛି। ହାଇସ୍କୁଲ ସାର୍ଟିପିକେଟ ପରୀକ୍ଷା (ମାଟ୍ରିକ୍), ଷ୍ଟେଟ୍ ଓପନ ସ୍କୁଲ୍ ସାର୍ଟିଫିକେଟ୍, ମାଧ୍ଯମା ପରୀକ୍ଷା, ଓଟିଇଟି, ଓଏସ୍ଏସ୍ଟିଇଟି, ସିଟି, ସି.ପି.ଏଡ, ପଞ୍ଚମ ବୃତ୍ତି, ଏନ୍ଆରଟିଏସ୍, ପଠଣି ସାମନ୍ତ ଗଣିତ ମେଧା ବୃଦ୍ଧି ପରୀକ୍ଷା ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ଆଦି ଏକାଧିକ ପରୀକ୍ଷା କରାଇବା ବୋର୍ଡର ଦୟିତ୍ଵ ରହିଛି।
ଅଧିକ ପଢନ୍ତୁ: ଏଣିକି ସମସ୍ତ ମେଲ୍ ପାଇଁ କେବଳ ସରକାରୀ ପରିଚୟପତ୍ର ବ୍ୟବହାର କରନ୍ତୁ; ସବୁ ବିଭାଗର ଅଧିକାରୀମାନଙ୍କୁ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ