ଭୁବନେଶ୍ୱର: ମହାନଦୀ ଜଳ ବିବାଦରେ ଓଡ଼ିଶା ସରକାରଙ୍କ ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି ଟ୍ରିବ୍ୟୁନାଲ । ଓଡ଼ିଶା ଭଳି ମନ୍ତ୍ରିସ୍ତରୀୟ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଟିବ୍ୟୁନାଲ । ଏ ନେଇ ଆଡଭୋକେଟ୍ ଜେନେରାଲ୍ ଶ୍ରୀ ପୀତାମ୍ବର ଆଚାର୍ଯ୍ୟ ପୀତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।
ମହାନଦୀ ଜଳ ବିବାଦ ନେଇ ସୋମବାର ଟ୍ରିବ୍ୟୁନାଲ ଶୁଣାଣି କରିଛନ୍ତି । ଆଡଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ ଗତ ଶୁଣାଣି ଏବଂ ଆଜିର ତାରିଖ ମଧ୍ୟରେ କଣ କଣ ନିଷ୍ପତ୍ତି ହୋଇଛି ତାହା ଉପସ୍ଥାପନ କରିଥିଲେ । ସେ ପୁଣି ଥରେ ଗୁରୁତ୍ୱାରୋପ କରିଛନ୍ତି ଯେ ଉଭୟ ରାଜ୍ୟ ମହାନଦୀ ଜଳ ବିବାଦ ସମ୍ପର୍କରେ ଦୀର୍ଘ ଦିନ ଧରି ପଡ଼ି ରହିଥିବା ସମସ୍ୟାର ସମାଧାନ ପାଇଁ ଗମ୍ଭୀରତାର ସହିତ ପ୍ରୟାସ କରୁଛନ୍ତି । ଉଭୟ ରାଜ୍ୟର ବୈଷୟିକ କମିଟି ସହିତ, ଓଡ଼ିଶା ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ସମ୍ବନ୍ଧୀୟ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ପରୀକ୍ଷା, ସମନ୍ୱୟ ଏବଂ ପରାମର୍ଶ ଦେବା ପାଇଁ ଏକ ଆନ୍ତଃମନ୍ତ୍ରାଳୟ କମିଟି ମଧ୍ୟ ଗଠନ କରିଛି ।
ସେହିପରି ଛତିଶଗଡ଼ ପକ୍ଷରୁ ବରିଷ୍ଠ ଆଇନଜୀବୀ କେ.କେ ଲାହିରୀ ମଧ୍ୟ କହିଥିଲେ ଯେ ଛତିଶଗଡ଼ ଦ୍ୱାରା ମଧ୍ୟ ସମାନ କାର୍ଯ୍ୟ କରାଯାଉଛି ଏବଂ ଉଭୟ ରାଜ୍ୟର ବୈଷୟିକ କମିଟିଗୁଡ଼ିକ ଜଳ ସମସ୍ୟା ଉପରେ ଆଲୋଚନା ଏବଂ ବିଚାର କରିବା ପରେ, ସିଏଫାଇରେ ଦାଖଲ ହୋଇଥିବା ତଥ୍ୟରେ ସେମାନଙ୍କର ଅସଙ୍ଗତି ମଧ୍ୟ ଆଦାନପ୍ରଦାନ କରିଛନ୍ତି । ଟ୍ରିବ୍ୟୁନାଲ ଶୁଣାଣି ସମୟରେ ଛତିଶଗଡ଼କୁ ମଧ୍ୟ ଆନ୍ତଃ ମନ୍ତ୍ରିସ୍ତରୀୟ କମିଟି ଗଠନ କରୁ ବୋଲି ପରାମର୍ଶ ଦେଇଛନ୍ତି ।
ସେପଟେ ୨୦୨୬ ଏପ୍ରିଲ୍ରେ ଟ୍ରିବ୍ୟୁନାଲଙ୍କ କାର୍ଯ୍ୟକାଳ ସରୁଥିବାରୁ ବୃଦ୍ଧି ପାଇଁ ସହମତି ପ୍ରକାଶ ପାଇଛି । ଏନେଇ ଲିଖିତ ଭାବେ ଓଡ଼ିଶା ଓ ଛତିଶଗଡ଼ ସରକାରଙ୍କୁ ଜଣାଇବାକୁ ନିଷ୍ପତ୍ତି ହୋଇଛି । ଆସନ୍ତା ଫେବ୍ରୁଆରୀ ୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ନେଇ ଦିନ ଧାର୍ଯ୍ୟ ହୋଇଛି ।
Also read: ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ଚିଠି, ଓଡ଼ିଶା ରାଜ୍ୟ ପଛୁଆ ବର୍ଗ ଆୟୋଗର ତୁରନ୍ତ ପୁନର୍ଗଠନ ପାଇଁ କଲେ ଅନୁରୋଧ