ବାଲେଶ୍ବର: ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ।ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ସୁନ୍ଦରଗଡ଼ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ ରବୀନ୍ଦ୍ର ବାରିକଙ୍କ ଘରେ ଭିଜିଲାନ୍ସ ରେଡ୍ । ସୁନ୍ଦରଗଡ଼ ସମେତ ବାଲେଶ୍ଵର ଚୂନ ଭାଟି ନିକଟରେ ଥିବା ସାଇ ଗାର୍ଡେନ ଉପରେ ଭିଜିଲାନ୍ସ ଟିମ ଚଢ଼ାଉ କରିଛି । ଆୟଠାରୁ ଅଧିକ ସମ୍ପତ୍ତି ରଖିବା ଅଭିଯୋଗରେ, ମାନ୍ୟବର ସ୍ୱତନ୍ତ୍ର ବିଚାରପତି, ବାଲେଶ୍ବର, ଭିଜିଲାନ୍ସ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ୫ଟି ସ୍ଥାନରେ ଓଡିଶା ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଆରମ୍ଭ କରାଯାଇଛି।
ରବୀନ୍ଦ୍ରକୁମାର ବାରିକଙ୍କ ବାଲେଶ୍ଵରର ଗୋପାଳଗାଁରେ ଆବାସିକ ତିନି ମହଲା କୋଠା, ତିନି ମହଲା ବିଶିଷ୍ଟ ମାର୍କେଟ୍ କମ୍ପ୍ଲେକ୍ସ ଏବଂ ଜିମ୍ ଏବଂ ବାଲେଶ୍ୱରର କଲ୍ୟାଣ ମଣ୍ଡପ ସୁନ୍ଦରଗଡ଼ରେ ତାଙ୍କର କାର୍ଯ୍ୟାଳୟ,ଭଡା ଘରରେ ରେଡ୍ ହୋଇଛି ।
ଏହି ଚଢାଉରେ ଭିଜିଲାନ୍ସ ବିଭାଗର ୩ ଜଣ ଡିଏସପି ୬ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ସାମିଲ୍ ରହିଛନ୍ତି। ବର୍ତ୍ତମାନ ସୁଦ୍ଧା କେତେ ପରିମାଣର ସମ୍ପତ୍ତି ଠାବ ହୋଇଛି ତାହା ସ୍ପଷ୍ଟ ହୋଇନି।