ବ୍ରହ୍ମପୁର: ବରିଷ୍ଠ ଆଇନଜୀବୀ ବିକ୍ରମ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁର ଜେଲରେ ଥିବା ମୁଖ୍ୟ ଅଭିଯୁକ୍ତ ତଥା ବିଜେଡ଼ିର ପୂର୍ବତନ ବିଧାୟକ ଏବଂ ଜିଲ୍ଲା ସଭାପତି ବିକ୍ରମ ପଣ୍ଡାଙ୍କ ଦଳୀୟ ନେତା ସାକ୍ଷାତ କରିଛନ୍ତି । ବିକ୍ରମଙ୍କୁ ବିଜେଡ଼ି ବରିଷ୍ଠ ନେତା ପ୍ରତାପ ଜେନା ଭେଟିଛନ୍ତି । ସେ କହିଛନ୍ତି ରାଜନୈତିକ ଉଦ୍ଦେଶ୍ୟ ରଖି ତାଙ୍କୁ ଗିରଫ କରାଯାଇଛି । ନ୍ୟାୟିକ ବ୍ୟବସ୍ଥା ଏବଂ ଜଗନ୍ନାଥଙ୍କ ଉପରେ ଭରସା ଅଛି ବୋଲି କହିଛନ୍ତି ପ୍ରତାପ ।
ସୋମବାର ଅପରାହ୍ନରେ ବିଜେଡ଼ି ରାଜ୍ୟ ଉପସଭାପତି ପ୍ରତାପ ଜେନା, ବରିଷ୍ଠ ନେତା ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ସୁବାଷ ବେହେରା, ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ, ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ସମେତ ଅନେକ ନେତା ବ୍ରହ୍ମପୁର ମଣ୍ଡଳ କାରାଗାରରେ ପହଁଚିଥିଲେ । ସେଠାରେ ଅଭିଯୁକ୍ତ ବିକ୍ରମ ପଣ୍ଡାଙ୍କୁ କିଛି ସମୟ ପାଇଁ ଭେଟିଥିଲେ । ଏହା ପରେ ପ୍ରତାପ କହିଛନ୍ତି ଯେ ବିକ୍ରମ ପଣ୍ଡାଙ୍କୁ ସାକ୍ଷାତ କରି କଥା ହେଲୁ । ଯେପରି ଭାବରେ ଏକ ରାଜନୈତିକ ଉଦ୍ଦେଶ୍ୟ ରଖି ତାଙ୍କୁ ଫସାଇ ଦିଆଯାଇଛି, ପ୍ରଭୁ ଜଗନ୍ନାଥଙ୍କ ଉପରେ ବିଶ୍ୱାସ ଅଛି, ନିଶ୍ଚିତଭାବେ ଖୁବଶୀଘ୍ର ସତ୍ୟର ଜୟ ହେବ । ନ୍ୟାୟିକ ବ୍ୟବସ୍ଥା ଉପରେ ମଧ୍ୟ ବିଶ୍ୱାସ ଅଛି ସତ୍ୟର ଜୟ ହେବ ।
ସେହିପରି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ କହିଛନ୍ତି ଯେ ଉଦ୍ଦେଶ୍ୟ ମୂଳକ ଭାବେ ତାଙ୍କୁ ଗିରଫ କରିଛନ୍ତି । ତାଙ୍କୁ ସାନ୍ତ୍ୱନା ଦେଇଛନ୍ତି କି ସେ ନିର୍ଦ୍ଦୋଷରେ ଖଲାସ ହେବେ ।