ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟର ସମୁଦ୍ର ପଥ ଦେଇ ଆସୁଥିବା ଏକ କାର୍ଗୋ ଜାହାଜ ଉପରେ ହୋର୍ମୁଜ ଷ୍ଟ୍ରେଟ୍ ନିକଟରେ ଅଜଣା ଆକ୍ରମଣ ହୋଇଛି । ଉକ୍ତ ଜାହାଜଟି ଗୁଜରାଟ ଅଭିମୁଖେ ଆସୁଥିଲା । ତେବେ ଏଥିରେ ଥିବା ସମସ୍ତ କ୍ର୍ୟୁ ସଦସ୍ୟଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଥାଇଲାଣ୍ଡର ୩ ଜଣ ନାଗରିକ ନିଖୋଜ ଅଛନ୍ତି ।
ଥାଇଲାଣ୍ଡରେ ପଞ୍ଜିକୃତ ମୟୁରୀ ନାରୀ ନାମକ ମାଲବାହୀ ଜାହାଜ ସଂଯୁକ୍ତ ଆରବ ଏମିରେଟ୍ସକ ଖଲୀଫା ବନ୍ଦରରୁ ଭାରତ ଅଭିମୁଖେ ବାହାରିଥିଲା । ଏହା ଗୁଜରାଟର କଣ୍ଡଲା ବନ୍ଦରରେ ପହଁଚିବାର ଥିଲା । ମାତ୍ର ଓମାନର ଉତ୍ତର ଉପକୂଳରୁ ପ୍ରାୟ ୧୧ ନଟିକାଲ୍ ମାଇଲ ଦୂରରେ ଆକ୍ରମଣ ହୋଇଛି । ଓମାନ ତଟରକ୍ଷୀ ବାହିନୀ ତୁରନ୍ତ ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଥିଲେ । ଏଥିରେ ୨୩ ଜଣ କ୍ର୍ୟୁ ସଦସ୍ୟ ଥିଲେ । ଯେଉଁଥିରୁ ୨୦ ଉଦ୍ଧାର ହୋଇଛନ୍ତି ଏବଂ ୩ ନିଖୋଜ ଥିବା ଥାଇଲାଣ୍ଡ ସରକାର ସ୍ପଷ୍ଟ କରିଛନ୍ତି । ସେହିପରି ଜାହାଜରୁ ମଧ୍ୟର କଳା ରଙ୍ଗର ଧୂଆଁ ବାହାରୁଥିବା ଦେଖିବାକୁ ମିଳିଛି ।
ଏହି ଜାହଜଟି ପ୍ରୋସିୟସ୍ ସିପିଂ କମ୍ପାନୀର ମାଲିକାନାରେ ରହିଛି । ତେବେ କେଉଁଥିରେ ଆକ୍ରମଣ କରାଯାଇଛି ସେ ବାବଦରେ କୌଣସି ସୂଚନା ଦିଆଯାଇ ନାହିଁ । ଏମିତିକି କୌଣସି ଦେଶ ମଧ୍ୟ ଏହି ଆକ୍ରମଣକୁ ସ୍ୱୀକାର କରି ନାହାଁନ୍ତି ।