ଭୁବନେଶ୍ୱର: ଓଡ଼ିଶାର ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀଙ୍କ ପାଇଁ ବଡ଼ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଆସନ୍ତା ଜାନୁଆରି ୩୧ ତାରିଖ ସୁଦ୍ଧା କ୍ଷୁଦ୍ର ଜମାକାରୀମାନେ ସେମାନଙ୍କର ଜମା ଟଙ୍କା ଫେରି ପାଇବେ। ଏ ସମ୍ପର୍କରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ମନମୋହନ ସାମଲ କହିଛନ୍ତି, ସରକାର ଗୋଟିଏ ପରେ ଗୋଟିଏ ନିର୍ବାଚନ ପ୍ରତିଶ୍ରୁତି ପାଳନ କରୁଛନ୍ତି। ଲକ୍ଷାଧିକ ଚିଟ୍ଫଣ୍ଡ୍ ଜମାକାରୀ ଟଙ୍କା ପାଇ ସାରିଲେଣି। ବର୍ତ୍ତମାନ୍ ସରକାର ଆଉ ୫ ଲକ୍ଷ ଜମାକାରୀଙ୍କୁ ଚିହ୍ନଟ କରିଛନ୍ତି। ପର୍ଯ୍ୟାୟକ୍ରମେ ଅନ୍ୟ ଜମାକାରୀଙ୍କୁ ମଧ୍ୟ ଟଙ୍କା ଫେରାଯିବ। ବଡ଼ ଜମାକାରୀ ମଧ୍ୟ ଟଙ୍କା ଫେରିପାଇବେ।
ସେପଟେ ଏହି ପ୍ରସଙ୍ଗରେ ସମବାୟ ମନ୍ତ୍ରୀ କହିଛନ୍ତି ସରକାର ଚିଟ୍ଫଣ୍ଡ ପଇସା ଫେରାଇବାକୁ ମନସ୍ଥ କରିଛନ୍ତି। ବିଜେଡି ସରକାର ସମୟରେ ଚିଟ୍ଫଣ୍ଡ ଦୁର୍ନୀତି ହୋଇଥିଲା। ସିବିଆଇ ତଦନ୍ତ ହେଲା, ହେଲେ ଟଙ୍କା ଫେରାଇଲେ ନାହିଁ। ଏବେ ଟଙ୍କା ଫେରସ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି।
ଅଧିକ ପଢନ୍ତୁ: ଚିଟଫଣ୍ଡ୍ ଜମାକାରୀ ଆବେଦନ କଲେ ଫେରସ୍ତ ପାଇବେ ଟଙ୍କା