ଚଣ୍ଡିଗଡ଼: ବିଜୟ ହଜାରେ ଟ୍ରଫି ପାଇଁ ପଞ୍ଜାବ ତା'ର ୧୮ ଜଣିଆ ଦଳ ଘୋଷଣା କରିଛି। ଏଥିରେ ଭାରତୀୟ ଦିନିକିଆ ଓ ଟେଷ୍ଟ ଦଳର ଅଧିନାୟକ ଶୁଭମନ ଗିଲଙ୍କୁ ସ୍ଥାନ ମିଳିଛି। ଅଭିଷେକ ଶର୍ମା ଏବଂ ଅର୍ଶଦୀପ ସିଂହଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି। ତିନି ଜଣ ଅନ୍ତର୍ଜାତୀୟ ଷ୍ଟାର ଖେଳାଳିଙ୍କ ଆଗମନରେ ପଞ୍ଜାବ ଦଳ ଶକ୍ତିଶାଳୀ ହୋଇ ଯାଇଛି। ଏହି ଟିମରେ ପ୍ରଭସୀମରନ ସିଂହ, ନମନ ଧୀର ଏବଂ ରମନଦୀପ ସିଂହଙ୍କ ଭଳି ବିସ୍ଫୋରକ ବ୍ୟାଟର ଅଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ପଞ୍ଜାବ ଆଗାମୀ ଟୁର୍ଣ୍ଣାମେଣ୍ଟ ପାଇଁ ଅଧିନାୟକ ଘୋଷଣା କରିନାହିଁ।
ପଞ୍ଜାବର ୧୮ ଜଣିଆ ଦଳରେ ଶୁଭମନ ଗିଲ ଅଛନ୍ତି, ଯାହାଙ୍କୁ ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇ ନାହାନ୍ତି। ଚଳିତ ବର୍ଷ, ଗିଲ ୧୧ ଟି ଦିନିକିଆରେ ୪୯ ର ପ୍ରଭାବଶାଳୀ ହାରରେ ୪୯୦ ରନ୍ କରିଛନ୍ତି। ଅନ୍ୟପକ୍ଷରେ ୨୦୨୫ ରେ ଗିଲଙ୍କ ଟି-୨୦ ଫର୍ମ ନିରାଶାଜନକ ରହିଛି। ସେ ୧୫ ଟି ଟି-୨୦ ମ୍ୟାଚ୍ରେ କେବଳ ୨୯୧ ରନ୍ କରିଛନ୍ତି। ଏଥିରେ ଗୋଟିଏ ହେଲେ ଅର୍ଦ୍ଧଶତକ ନାହିଁ।
ବିଜୟ ହଜାରେ ଟ୍ରଫି ପାଇଁ ପଞ୍ଜାବ ଦଳକୁ ଦେଖିଲେ, ଏଥିରେ ଅଭିଷେକ ଶର୍ମା ଏବଂ ଅର୍ଶଦୀପ ସିଂହଙ୍କ ଭଳି ଦୁଇ ଜଣ ଫର୍ମରେ ଥିବା ଖେଳାଳି ଅଛନ୍ତି। ଟି-୨୦ ବିଶ୍ୱକପ୍ ଦଳରୁ ବାଦ ପଡ଼ିବା ପରେ ଗିଲ୍ ପ୍ରଥମ ଥର ପାଇଁ ଖେଳିବେ। ତଥାପି, ଗିଲ୍ ଦିନିକିଆ ଏବଂ ଟେଷ୍ଟ ଦଳର ଅଧିନାୟକ ରହିଛନ୍ତି।
୨୦୨୫-୨୬ ବିଜୟ ହଜାରେ ଟ୍ରଫି ପାଇଁ ପଞ୍ଜାବକୁ ଗ୍ରୁପ୍ ସିରେ ରଖାଯାଇଛି। ଏହି ଗ୍ରୁପରେ ମହାରାଷ୍ଟ୍ର, ମୁମ୍ବାଇ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ, ଛତିଶଗଡ଼ ଏବଂ ସିକିମ୍ ରହିଛି। ଡିସେମ୍ବର ୨୪ରେ ମହାରାଷ୍ଟ୍ର ବିପକ୍ଷରେ ପଞ୍ଜାବ ତାର ପ୍ରଥମ ମ୍ୟାଚ୍ ଖେଳିବ।
ବିଜୟ ହଜାରେ ଟ୍ରଫି ପାଇଁ ପଞ୍ଜାବ ଦଳ
ଶୁଭମନ ଗିଲ୍, ଅଭିଷେକ ଶର୍ମା, ଅର୍ଶଦୀପ ସିଂହ, ପ୍ରଭସୀମରନ୍ ସିଂହ (ୱିକେଟ କିପର), ହରନୁର ପନ୍ନୁ, ଅନମୋଲପ୍ରୀତ ସିଂହ, ଉଦୟ ସହାରନ୍, ନମନ ଧୀର, ସଲିଲ୍ ଆରୋରା (ୱିକେଟ କିପର), ସନବୀର ସିଂହ, ରମଣଦୀପ ସିଂହ, ଜଶନପ୍ରୀତ ସିଂହ, ଗୁରନୂର ବ୍ରାର, ହରପ୍ରୀତ ବ୍ରାର, ରଘୁ ଶର୍ମା, କ୍ରିଶ ଭଗତ, ଗୌରବ ଚୌଧୁରୀ, ସୁଖଦୀପ ବାଜୱା।