ସୁନ୍ଦରଗଡ ଜିଲ୍ଲା ଚାନ୍ଦିପୋଷ ଥାନାର ବିରତୋଳା ମନ୍ଦିର ନିକଟରେ ବ୍ରାହ୍ମଣି ନଦୀରେ ଅଭାବନୀୟ ଘଟଣା। ବ୍ରାହ୍ମଣି ନଦୀରେ ବୁଡି ଯୁବତୀଯୁବକଙ୍କ ମୃତ୍ୟୁ ହୋଇଛି। ଖବରପାଇ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି।
ଖବର ଅନୁସାରେ, ରାଉରକେଲା ଅଞ୍ଚଳରୁ ଆସିଥିବା ଜ୍ଞାନେନ୍ଦ୍ର ସ୍ୱାଇଁ ନାମକ ବ୍ୟକ୍ତି ସାଥିରେ ଜଣେ ଯୁବତୀ ସମ୍ପୃକ୍ତ ଅଞ୍ଚଳକୁ ଆସିଥିଲେ। ଆଜି ପ୍ରାୟ ୧୦ଟା ବେଳେ ବ୍ରାହ୍ମଣୀ ନଦୀ କୂଳ ନିକଟରେ ଏକ ବାଇକ ଓ କିଛି କପଡା ଥିବା ନେଇ ନିକଟ ଗ୍ରାମ ବାସିନ୍ଦାଙ୍କ ସନ୍ଦେହ ସୃଷ୍ଟି ହୋଇଥିଲା। ଏନେଇ ପୋଲିସ ଓ ଅଗ୍ନିଶମ ବିଭାଗକୁ ଜଣାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଖୋଜା ଖୋଜି କରିଥିଲେ। ପରେ ନଦୀରୁ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରିଥିଲେ।
ଯୁବକଙ୍କ ପରିବାର ଲୋକେ ଖବର ପାଇ ଆସିଥିବା ବେଳେ ଯୁବତୀଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ। ତେବେ କେଉଁ ପରିସ୍ଥିତିରେ ଉଭୟଙ୍କର ମୃତ୍ୟୁ ହେଲା ତାହା ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ। ଖବରପାଇ ଚାନ୍ଦିପୋଷ ପୋଲିସ ଶବ ଜବତ କରି ବ୍ଯବଚ୍ଛେଦ ପାଇଁ ପଠାଇବା ସହିତ ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ନିକଟରେ ବାଇକ୍ ଏବଂ ପୋଷାକ ଥିବାରୁ ସେମାନଙ୍କ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।
ଅଧିକ ପଢନ୍ତୁ: ଗୋଟିଏ ପରିବାରର ୩ ମୃତ ମାମଲାରେ ଭିନ୍ନ ମୋଡ଼, ଚିକେନ୍ ନାଁ କୋଇଲା ଧୂଆଁ...