ଭୁବନେଶ୍ୱର: ରାଜ୍ୟକୁ ଛୁଟିବ ନିବେଶର ସୁଅ। ହାଇଦ୍ରାବାଦ ନିବେଶକ ସମ୍ମିଳନୀରେ ୧୩ଟି ଏମଓୟୁ ସହ ୬୭ ହଜାର କୋଟିର ନିବେଶ ପ୍ରସ୍ତାବ ମିଳିଛ । ଇନଭେଷ୍ଟର ମିଟରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମ୍ବାଦିକ ସମିଳନୀରେ ଏହି ପ୍ରତିକ୍ରିୟା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ହାଇଦ୍ରାବାଦ ‘ଓଡ଼ିଶା ନିବେଶକ ସମ୍ମିଳନୀ’ରେ ଯୋଗ ଦେଇ ଓଡ଼ିଶା ଫେରିବା ପରେ ତାଙ୍କୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ହାଇଦ୍ରାବାଦରେ ହୋଇଥିବା ଦୁଇ ଦିନିଆ ନିବେଶକ ସମ୍ମିଳନୀ ସଫଳ ହୋଇଛି। ସମ୍ମିଳନୀରେ ଉଦ୍ୟୋଗୀମାନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ସକରାତ୍ମକ ଆଲୋଚନା ରାଜ୍ୟ ପାଇଁ ବିପୁଳ ନିବେଶ ସମ୍ଭାବନାକୁ ଆହୁରି ବ୍ୟାପକ କରିଛି। ଓଡ଼ିଶା ନିବେଶକଙ୍କ ସମ୍ମିଳନୀରେ ଶିଳ୍ପ ନେତାମାନଙ୍କୁ ସମ୍ବୋଧିତ କରିବା ପରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀ।
ଓଡ଼ିଶାରେ ପୁଞ୍ଜି ନିବେଶ ନେଇ ଦୁଇଟି ରାଉଣ୍ଡ ଟେବୁଲ ବୈଠକ ହୋଇଥିଲା ବୋଲି ମୁଖ୍ୟମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ବୈଠକରେ ଫାର୍ମା ଓ ଡିଫେନ୍ସରେ ନିବେଶ ନେଇ ଆଲୋଚନା ହୋଇଛି। ଫର୍ମାରେ ୮ଟି ଏବଂ ଡିଫେନ୍ସରେ ୨୭ଟି ମିଟିଂ ହୋଇଛି। ଏହାଛଡ଼ା ୩୮ଜଣ ଇନଭେଷ୍ଟର୍ସଙ୍କ ସହ ମୁଖ୍ୟମନ୍ତ୍ରୀ ଓ୍ବାନ ଟୁ ଓ୍ବାନ୍ ଆଲୋଚନା କରିବା ସହ ୭୩ଟି ବୈଠକ କରିଥିଲେ। ୫୦୦ ଶିଳ୍ପ ଅନୁଷ୍ଠାନ ସହ ପୁଞ୍ଜି ନିବେଶ ନେଇ ସରକାର ଆଲୋଚନା କରିଥିଲେ। ଯାହାର ନିଷ୍କର୍ସରେ ରାଜ୍ୟ ସରକାର ୧୩ଟି MOU ସ୍ଵାକ୍ଷର କରିଛନ୍ତି । ଏହାଦ୍ବାରା ୨୭ ହଜାର ୬୫୦ କୋଟି ନିବେଶ ହେବା ସହ ୧୫ ହାଜର ୯୦୫ ଜଣ ନିଯୁକ୍ତି ପାଇବେ।
ଅଧିକ ପଢନ୍ତୁ: ରାଜ୍ୟ ବିଜେପି ସଭାପତିଙ୍କ ବଡ଼ ସୂଚନା; ଜାନୁଆରୀ ୩୧ ସୁଦ୍ଧା ଟଙ୍କା ପାଇବେ ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀ