ମୁୁମ୍ବାଇ: ଟି-୨୦ ବିଶ୍ୱକପ୍ ୨୦୨୬ ସହିତ ନ୍ୟୁଜିଲାଣ୍ଡ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ଜାତୀୟ ଚୟନକର୍ତ୍ତା ଶନିବାର ଭାରତୀୟ ଦଳ ଘୋଷଣା କରିଛନ୍ତି । ଅଜିତ ଅଗରକରଙ୍କ ନେତୃତ୍ୱାଧୀନ ଚୟନ କମିଟି ୧୫ ଜଣିଆ ଦଳ ଘୋଷଣା କରିଛନ୍ତି । ଉଭୟ ବିଶ୍ୱକପ୍ ଓ ନ୍ୟୁଜିଲାଣ୍ଡ ବିପକ୍ଷ ସିିରିଜ୍ ପାଇଁ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ସମାନ ଦଳ ଘୋଷଣା କରାଯାଇଛି । ଅକ୍ଷର ପଟେଲଙ୍କୁ ଉପଅଧିନାୟକ ନିଯୁକ୍ତ କରାଯାଇଥିବା ବେଳେ ଶୁଭମନ ଗିଲକୁ ଟି-୨୦ ଦଳରୁ ବାଦ ଦିଆଯାଇଛି । ସବୁଠୁ ବଡ କଥା ରିଙ୍କୁ ସିଂ ଓ ଇଶାନ କିଶନ ଦଳରେ ସ୍ଥାନ ପାଇଛନ୍ତି ।
ନ୍ୟୁଜିଲାଣ୍ଡ ଦଳ ଟି-୨୦ ବିଶ୍ୱକପ୍ ପୂର୍ବରୁ ଭାରତ ବିପକ୍ଷରେ ତିନୋଟି ଦିନିକିଆ ଓ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବ । ଜାନୁଆରୀ ୧୧ରୁ ଦିନିକିଆ ସିରିଜ୍ ଖେଳାଯିବ ଏବଂ ଜାନୁଆରୀ ୨୧ରୁ ଆରମ୍ଭ ହେବ ଟି-୨୦ ସିରିଜ୍ । ଟି-୨୦ ବିଶ୍ୱକପ୍ ଦୃଷ୍ଟିରୁ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ଭାରତ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ରହିଛି । ଖେଳାଳିଙ୍କୁ ବିଶ୍ୱକପ୍ ପ୍ରସ୍ତୁତି ପାଇଁ ଏହା ସୁଯୋଗ ରହିବ । ଏହା ପରେ ଭାରତ ସିଧାସଳଖ ବିଶ୍ୱକପ୍ ଖେଳିବ ।
ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍ ପାଇଁ ଭାରତୀୟ ଦଳ
ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ଅଭିଷେକ ଶର୍ମା, ସଞ୍ଜୁ ସାମସନ(ୱିକେଟ୍ କିପର), ତିଳକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ(ଉପ ଅଧିନାୟକ), ରିଙ୍କୁ ସିଂ, ଯଶପ୍ରୀତ ବୁମରା, ଅର୍ଶଦୀପ ସିଂ, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ, ୱାଶିଂଟନ ସୁନ୍ଦର, ଇଶାନ କିଶନ( ୱିକେଟ୍ କିପର)
ଭାରତ ବନାମ ନ୍ୟୁଜିଲାଣ୍ଡ ଫୁଲ୍ ସିଡ୍ୟୁଲ
ଜାନୁଆରୀ ୧୧- ପ୍ରଥମ ଦିନିକିଆ, ଭଦୋଦରା
ଜାନୁଆରୀ ୧୪- ଦ୍ୱିତୀୟ ଦିନିକିଆ, ରାଜକୋଟ
ଜାନୁଆରୀ ୧୮- ତୃତୀୟ ଦିନିକିଆ, ଇନ୍ଦୋର
ଜାନୁଆରୀ ୨୧- ପ୍ରଥମ ଟି-୨୦, ନାଗପୁର
ଜାନୁଆରୀ ୨୩- ଦ୍ୱିତୀୟ ଟି-୨୦, ରାୟପୁର
ଜାନୁଆରୀ ୨୫- ତୃତୀୟ ଟି-୨୦, ଗୌହାଟୀ
ଜାନୁଆରୀ ୨୮- ଚତୁର୍ଥ ଟି-୨୦, ବିଶାଖାପଟନମ
ଜାନୁଆରୀ ୩୧- ପଞ୍ଚମ ଟି-୨୦, ତିରୁଅନନ୍ତପୁରମ
Also read: IPL ଇତିହାସରେ ସବୁଠୁ ଦାମୀ ଖେଳାଳି ହେଲେ କ୍ୟାମେରୁନ ଗ୍ରୀନ, ଏତିକି କୋଟିରେ ହେଲେ ବିକ୍ରି